ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଅନୁଗୁଳ ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ

ଅନୁଗୁଳ, ୧୪।୧୦ : ଅନୁଗୁଳ ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି  । ବ୍ଲାଷ୍ଟ ଫର୍ଣ୍ଣେସ୍‌ ଫାଟି ଯାଇ ଗ୍ୟାସ ଲିକ ହୋଇ ନିଆଁ ଲାଗିଛି। ପାଖରେ ଥିବା ୩ ଟି ଦମକଳ ଗାଡି ନିଆଁକୁ ଆୟତ୍ତ  କରିଛନ୍ତି।  କିନ୍ତୁ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ।  ବର୍ତ୍ତମାନ ପ୍ଲାଣ୍ଟକୁ ସର୍ଟ ଡାଉନ କରାଯାଇଛି। ତେବେ ଏଥିରେ କେହି  ମୃତାହତ ହୋଇ ନଥିବା ଜିନ୍ଦଲ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିନ୍ଦଲ ପକ୍ଷରୁ ସୂଚନା ଦିଆଯାଇଛି ଯେ,  କାର୍ଯ୍ୟରତ ଲୋକମାନଙ୍କ ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଜରୁରୀକାଳୀନ ପ୍ରୋଟୋକଲ ଗୁଡିକ କାର୍ଯ୍ୟକାରୀ କରାଯାଇଛି। ଏହି ଘଟଣାରେ କୌଣସି ବ୍ୟକ୍ତି  ଆହତ ହୋଇନାହାନ୍ତି ଏବଂ  କୌଣସି ବ୍ୟକ୍ତିଙ୍କର କିଛି ବି କ୍ଷତି ହୋଇ  ନାହିଁ ।ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଜିନ୍ଦଲ ପକ୍ଷରୁ ସୂଚନା ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.