ଭୁବନେଶ୍ୱର, ୨୯/୦୧ : ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି । ଗତ କିଛି ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେଉଛି । ଆଗକୁ ବି କୁହୁଡ଼ି ରହିବ । ବୁଧବାର ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି।
ସୂଚନାନୁଯାୟୀ, ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍ ୮.୨ ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ରେ ୯.୯, ଫୁଲବାଣୀରେ ୧୦ ଡିଗ୍ରୀ, କେନ୍ଦୁଝରରେ ୧୧.୩, ଅନୁଗୁଳରେ ୧୨.୬, ହୀରାକୁଦରେ ୧୨.୭, ଦାରିଙ୍ଗବାଡ଼ିରେ ୧୩, କୋରାପୁଟରେ ୧୩.୮ ଡିଗ୍ରୀ ରେକର୍ଡ ହୋଇଛି। ଆଜି ବରଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୩୩ ଡିଗ୍ରୀ ରହିଥିଲା । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ପାଖାପାଖି ଥିଲା।