ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ସୁଭଦ୍ରା ଆବେଦନକାରୀଙ୍କୁ ପରାମର୍ଶ, ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ ଏନପିସିଆଇ

Published By : Prameya | January 28, 2025 6:31 PM

ଭୁବନେଶ୍ବର,୨୮।୧ : ସୁଭଦ୍ରା ଯୋଜନାରେ ଆବେଦନ କରିଥିବା କିଛି ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ଏ ପର୍ଯ୍ୟନ୍ତ ମିଳି ନାହିଁ। ଏନପିସିଆଇ ଫେଲଓ୍ବର ପାଇଁ ହିତାଧିକାରୀ ଟଙ୍କା ପାଇବାରେ ଅସୁବିଧା ହେଉଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସୁଭଦ୍ରା ଆବେଦନକାରୀଙ୍କୁ ଏନପିସିଆଇ ଦ୍ବନ୍ଦ୍ବ ଦୂର କରିବାକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ଯାଇ ଏନପିସିଆଇ  ହିତାଧକାରୀ ଯାଞ୍ଚ କରନ୍ତୁ। ୨୯ ଓ ୩୦ରେ  ହିତାଧିକାରୀ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ । ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ ସମସ୍ତ ସହଯୋଗ ମିଳିବ । ଯେଉଁ ହିତାଧିକାରୀମାନଙ୍କୁ ମେସେଜ ଓ କଲ ଯାଇଛି ସେମାନେ ବ୍ୟାଙ୍କ ଯାଆନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

 ପ୍ରଥମ କିସ୍ତିର  ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ଦେଲେଣି ସରକାର । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କିନ୍ତୁ ଆକାଉଣ୍ଟରେ ତାଳମେଳ ନ ରହିବା, କେୱାଇସି ଅପଡେଟ୍‌, ଅଜାଣତରେ ଅପ୍‌ଟ ଆଉଟ ଭଳି କାରଣ ପାଇଁ ବହୁ ହିତାଧିକାରୀଙ୍କୁ  ଟଙ୍କା ପାଇବାରେ ବିଳମ୍ବ ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.