ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦଳିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଏବେ ବି ଜଣେ ଅଭିଯୁକ୍ତ ଫେରାର୍‌

Published By : Swapna Ray | November 10, 2024 3:42 PM

କଟକ, ୧୦।୧୧: ଦଳିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଏବେ ବି ଜଣେ ଅଭିଯୁକ୍ତ ଫେରାର୍‌ । ଫେରାର୍‌ ଅଭିଯୁକ୍ତ ନାଁ ଏତଲାରେ ରହିଥିବା ସୂଚନା । ପୁଲିସ ଅଭିଯୁକ୍ତ ଜଣକୁ ଏଯାବତ୍ ଗିରଫ କରିବାରେ ସଫଳ ହୋଇନାହିଁ । ରବିବାର ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୀଡ଼ିତାଙ୍କ ବାପା । ଏହି ଘଟଣାରେ ଡିସିପି ଜଗମୋହନ ମୀନା ସୂଚନା ଦେଇଥିଲେ ଯେ, ଘଟଣାରେ ଜଡ଼ିତ ଥିବା ସମସ୍ତ ୬ ଅଭିଯୁକ୍ତ  ଧରାପଡ଼ିଛନ୍ତି । ୫ ଜଣ ଗିରଫ ହୋଇ ଜେଲ୍‌ ଯାଇଥିବା ବେଳେ ଜଣେ ନାବାଳକ ବାଳସୁଧାର ଗୃହକୁ ପଠାଯାଇଛି । 

ଅଭିଯୋଗ ପରେ ଦୁଇ ଦିନରେ ୩ ଜଣ କରି ମୋଟ୍‌ ୬ ଅଭିଯୁକ୍ତ ଧରାପଡ଼ିଥିବା ଡିସିପି ସୂଚନା ଦେଇଥିଲେ । କିନ୍ତୁ, ରବିବାର ପୀଡ଼ିତାଙ୍କ ବାପା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇ ସୂଚନା ଦେଇଛନ୍ତି । ଏତଲାରେ ୭ ଜଣଙ୍କ ନାଁ ରହିଥିବା ବେଳେ ୬ ଜଣ ଧରାପଡ଼ିଛନ୍ତି ଓ ଜଣେ ଫେରାର୍‌ ଥିବା ସୂଚନା । ଫେରାର୍ ଅଭିଯୁକ୍ତ ଜଣକ ନୟାଗଡ଼ ଅଞ୍ଚଳରେ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି । ଏନେଇ ବାଦାମବାଡ଼ି ଥାନା ପୁଲିସ କିମ୍ବା ବରିଷ୍ଠ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କହିରଖୁ କି, ଦଳିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଅମାନବୀୟ ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ମହଲରୁ ଦାବି ହେଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.