ନୂଆଦିଲ୍ଲୀ, ୨୫/୦୪ : ପହଲଗାମ ଆତଙ୍କୀ ହମଲାକୁ ନେଇ କଠୋର ହେଲା ଗୃହ ମନ୍ତ୍ରାଳୟ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହ। ନିଜ ନିଜ ରାଜ୍ୟରୁ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ପାକିସ୍ତାନ ପଠାଇବାକୁ ନିର୍ଦ୍ଦେଶ।ଜାମ୍ମୁ କାଶ୍ମୀର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଗୃହ ମନ୍ତ୍ରାଳୟ କଠୋର ହୋଇଛି। ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କ ଭିସା ରଦ୍ଦ କରାଯାଇଛି।
ଓଡ଼ିଶାରେ ୧୨ ପାକିସ୍ତାନୀ !
ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ୧୨ ପାକିସ୍ତାନୀ ଅଛନ୍ତି। ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଭାରତ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ପହଲଗାମ ଆତଙ୍କୀ ହମ୍ଲାକୁ ନେଇ ଆକ୍ସନ ମୋଡ୍ରେ ସରକାର। ପାକିସ୍ତାନ ଉପରେ ପ୍ରତିଶୋଧ ନେବ ଭାରତ। ନୀରିହଙ୍କ ପ୍ରାଣବଳିର କଡ଼ାଗଣ୍ଡା ହିସାବ ନେବ ଦେଶ। ପ୍ରତିଶୋଧ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ଭିସା ରଦ୍ଦ, ଅଟାରୀ-ୱାଘା ବର୍ଡର ବନ୍ଦ ଭଳି ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ଭାରତର ଆତ୍ମା ଉପରେ ପ୍ରହାର କରି ବଡ଼ ଭୁଲ୍ କରିଦେଇଛି ପାକିସ୍ତାନ।
ଏହି ଖବରଟିକୁ ପଢନ୍ତୁ-ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା, କହିଲେ 'ସ୍ଵାଧୀନତା ସଂଗ୍ରାମୀଙ୍କ ବିରୋଧରେ ଟିପ୍ପଣୀ ଦେବାକୁ କାହାକୁ ଅନୁମତି ଦିଆଯାଇନି'