ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

Pakistan: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ; କହିଲେ ଆତଙ୍କବାଦକୁ ପ୍ରଶୟ ଦେଇଛି ଦେଶ

Published By : Bijay Swain | April 25, 2025 5:08 PM

Image courtesy: indiatoday

ନୂଆଦିଲ୍ଲୀ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ଵାଜା ଆସିଫ ମାନିଲେ ଭୁଲ। କହିଲେ ପାକିସ୍ତାନ ଆତଙ୍କବାଦକୁ ପ୍ରଶୟ ଦେଇଛି। ଏନେଇ ସେ କହିଛନ୍ତି ଯେ ଗତ ତିନି ଦଶନ୍ଧି ଧରି ପାକିସ୍ତାନ ଆମେରିକା ଓ ପଶ୍ଚିମ ଦେଶମାନଙ୍କ ପାଇଁ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସମର୍ଥନ ଓ ପ୍ରଶିକ୍ଷଣ ଦେଇଆସୁଛି। ଭାରତର ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ଯାହା ସମଗ୍ର ବିଶ୍ୱରେ ଅଲୋଡନ ସୃଷ୍ଟି କରିଛି। 

ଆପଣଙ୍କୁ ଜଣାଇରଖୁ ଯେ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ମେଡୋରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଯେଉଁଥିରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣର ଦାୟିତ୍ଵ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)' ନାମକ ଆତଙ୍କୀ ସଂଗଠନ ନିଜ ମୁଣ୍ଡକୁ ନେଇଛି। ଯାହା ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଭାରତୀୟ ଶାଖା ବୋଲି ଜଣାପଡିଛି। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛି।

ପାକିସ୍ତାନର ଜାତିୟ ଗଣମାଧ୍ୟମ ସ୍କାଏ ନ୍ୟୁଜ୍ ସହ ଲାଇଭ ସାକ୍ଷାତକାର ଦେବା ଅବସରରେ ଆସିଫ ଏହି ଭୟଙ୍କର ସତର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ, ଆମେରିକା ଓ ପଶ୍ଚିମ ଦେଶମାନଙ୍କ ପାଇଁ ଏହି "ଅପରିଷ୍କାର କାମ" କରିଆସୁଛି। କିନ୍ତୁ ଏହା ଏକ ଭୁଲ ନିଷ୍ପତ୍ତି ଥିଲା ଓ ଖାସ୍ ଏଥି ପାଇଁ ପାକିସ୍ତାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେ ଦାବି କରିଛନ୍ତି ଯେ, ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନୱ ଆଉ ଅସ୍ତିତ୍ଵରେ ନାହିଁ ଏବଂ ଟିଆରଏଫ ବିଷୟରେ ସେ କିଛି ଜାଣି ନାହାଁନ୍ତି।

ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ, ପାକିସ୍ତାନୀ ଭିସା ବାତିଲ ଓ ହାଇ କମିଶନରେ କର୍ମଚାରୀ ହ୍ରାସ ଭଳି କଠୋର ପଦକ୍ଷେପ ଗ୍ରହଣ କରିଛି। ପାକିସ୍ତାନ ପ୍ରତିକ୍ରିୟାରେ ଭାରତୀୟ ବିମାନ ପାଇଁ ଆକାଶସୀମା ବନ୍ଦ କରି ସିମଲା ଚୁକ୍ତି ସ୍ଥଗିତ ରଖିଛି। ଆସିଫ ଚେତାବନୀ ଦେଇ କହିଛନ୍ତି ଯେ, ଭାରତର ଯେ କୈଣସି ସାମରିକ ପଦକ୍ଷେପ ପୂର୍ଣ୍ଣ ଯୁଦ୍ଧକୁ ଡାକି ଆଣିପାରେ। ତେବେ ଦୁଇ ପରମାମୁ ସମ୍ପନ୍ନ ଦେଶ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।

ଆମେରିକା, ରୁଷିଆ, ଇଉରୋପୀୟ ସଂଘ ଓ ଜାତିସଂଘ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଜାତିସଂଘ ମହାସଚିବ ଆନ୍ତୋନିଓ ଗୁଟେରେସ ନାଗରିକଙ୍କ ଉପରେ ଆକ୍ରମଣକୁ ଅଗ୍ରହଣୀୟ ବୋଲି କହିଛନ୍ତି। ତେବେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ଆକ୍ରମଣକାରୀଙ୍କୁ "ମୁକ୍ତି ସଂଗ୍ରାମୀ" ମାନଙ୍କ ସଂଗ୍ରାମ କହି ବିବାଦକୁ ଆହୁରି ବଢାଇ ଦେଇଛନ୍ତି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ଉପଯୁକ୍ତ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶବାସିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସମ୍ପର୍କ ଥିବା ପ୍ରମାଣ ଦେଇଛନ୍ତି। ଏହି ଘଟଣା ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ତିକ୍ତ କରିଛି ଓ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ଉପରେ ଚାପ ବଢ଼ାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.