ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା, କହିଲେ 'ସ୍ଵାଧୀନତା ସଂଗ୍ରାମୀଙ୍କ ବିରୋଧରେ ଟିପ୍ପଣୀ ଦେବାକୁ କାହାକୁ ଅନୁମତି ଦିଆଯାଇନି'

Published By : Rasmita Pradhan | April 25, 2025 2:13 PM

ନୂଆଦିଲ୍ଲୀ, ୨୫/୦୪ : ସ୍ଵାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ମାନହାନି ମାମଲାରେ ଫସିଥିବା ରାହୁଲ ଗାନ୍ଧୀଙ୍କୁ ଆଶ୍ଵସ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏହା ସହ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ରାହୁଲ ଗାନ୍ଧୀ ଏକ ରାଲିରେ ବୀର ସାଭରକରଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏନେଇ ତାଙ୍କ ନାମରେ ଏକ ମାନହାନି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଏବେ ସୁପ୍ରିମକୋର୍ଟ ଶୁଣାଣୀ କରି ରାହୁଲ ଗାନ୍ଧୀଙ୍କୁ ଆଶ୍ଵସ୍ତି ଦେବା ସହ କଡ଼ା ଭତ୍ସନା କରିଛନ୍ତି। 

ସୁପ୍ରିମକୋର୍ଟ କହିଛନ୍ତି ଯେ, ସ୍ଵାଧୀନତା ସଂଗ୍ରାମୀଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେବା ଅନୁଚିତ। ଆଗକୁ ଯେମିତି ଏପରି ଭୁଲ୍ ନହୁଏ। ସ୍ଵାଧୀନତା ସଂଗ୍ରାମୀଙ୍କୁ ନେଇ ଏଭଳି ମଜାକ୍ ଉଡାନ୍ତୁ ନାହିଁ। ବୀର ସାଭରକରଙ୍କୁ ନେଇ ରାହୁଲଙ୍କ ଟିପ୍ପଣୀ ଦାୟିତ୍ଵହୀନତା। ତାଙ୍କୁ ଏଭଳି କହିବାର ନଥିଲା। 

ସୂଚନାନୁଯାୟୀ, ୨୦୨୨ରେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ସମୟରେ ମହାରାଷ୍ଟ୍ରର ଅକୋଲାରେ ରାଲି କରିଥିଲେ। ଏହି ସମୟରେ ସେ ସାଭରକରଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ ଏକ ଚିଠି ଦେଖାଇ କହିଥିଲେ ଯେ, ସାଭରକର ଇଂରେଜଙ୍କ ଗୋଲାମ ହୋଇ ରହିବା କଥା କହିଥିଲେ। ସେମାନଙ୍କୁ କ୍ଷମା ବି ମାଗିଥିଲେ। ହେଲେ ଗାନ୍ଧୀ-ନେହେରୁ ଏଭଳି କରିନଥିଲେ। ଏଥିପାଇଁ ସେମାନଙ୍କୁ ବର୍ଷ ବର୍ଷ ଧରି ଜେଲ୍‌ରେ ରହିବାକୁ ପଡ଼ିଥିଲା। ରାହୁଲଙ୍କ ଏହି ପ୍ରତିକ୍ରିୟାକୁ ନେଇ ଜଣେ ଅଧିବକ୍ତା ମାନହାନି ମାମଲା କରିଥିଲେ। ଏହି ମାମଲାରେ ଏବେ ସୁପ୍ରିମକୋର୍ଟ ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଆଶ୍ଵସ୍ତି ଦେବା ସହ ଅତୀତର ଘଟଣା ବିଷୟରେ କହିଥିଲେ। ବେଞ୍ଚ କହିଥିଲେ ଯେ, ଆପଣ ଜାଣିଛନ୍ତି କି, ମହାତ୍ମା ଗାନ୍ଧୀ ବି ଅତୀତରେ ଇଂରେଜଙ୍କର ବିଶ୍ଵସ୍ତ ସେବକ ଭଳି ଶବ୍ଦର ବ୍ୟବହାର କରିଥିଲେ। 

ଏହି ଖବରଟିକୁ ପଢନ୍ତୁ-ବାନ୍ଦିପୋରାରେ ଏନ୍‌କାଉଣ୍ଟର, LET ଟପ୍ କମାଣ୍ଡର ଅଲତାଫ୍ ଲାଲି ନିହତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.