ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାନ୍ଦିପୋରାରେ ଏନ୍‌କାଉଣ୍ଟର, LET ଟପ୍ କମାଣ୍ଡର ଅଲତାଫ୍ ଲାଲି ନିହତ

Published By : Ankita S | April 25, 2025 11:34 AM

ଶ୍ରୀନଗର,୨୫/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ବଡ଼ ଆକ୍ସନ ନେଇଛି ଭାରତୀୟ ସେନା । ଜମ୍ମୁକାଶ୍ମୀର ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଲସ୍କର ଆତଙ୍କୀ ଟପ୍ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛି ।

ଆଜି (ଶୁକ୍ରବାର) ସକାଳୁ ସକାଳୁ ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା । ଏହାପରେ ବାନ୍ଦିପୋରା ଜିଲ୍ଲାକୁ ଘେରାବନ୍ଦୀ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଲୁଚି ରହିଥିବା ଆତଙ୍କୀ ସୁରକ୍ଷାବାହିନୀ ଉପରକୁ ଗୁଳି ଚଲାଇଥିଲେ । ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ । ଏଥିରେ ଲସ୍କର ଆତଙ୍କୀ ଟପ୍ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁରେ ଏହା ଚତୁର୍ଥ ଏନକାଉଣ୍ଟର ।

ସେପଟେ ଗୁରୁବାର ରାତିତମାମ ପାକ୍ ସେନା ପକ୍ଷରୁ ଏଲଓସିରେ ଫାୟାରିଂ ହୋଇଥିଲା । ପାକ୍ ସେନାକୁ ଜବାବ୍ ଦେଇଥିଲା ଭାରତୀୟ ସେନା । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଭାରତୀୟ ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ପହଲଗାମ ଗସ୍ତ କରିଛନ୍ତି । ଆକ୍ରମଣସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବେ ସେନାମୁଖ୍ୟ ।

ଅଧିକ ପଢନ୍ତୁ...LoCରେ ପାକ୍ ସେନାର ଫାୟାରିଂ, ଜବାବ ଦେଲା ଭାରତୀୟ ସେନା

କୁହାଯାଉଛି କି, ଗତ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣ ପରେ ଆତଙ୍କୀକୁ ଜବାବ ଦେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି । ପହଲଗାମରେ ବହିଥିବା ଲହୁ ଓ ଦେଶବାସୀଙ୍କ ଆଖିରୁ ଝରିଥିବା ଲୁହର ଜବାବ ଦେବାକୁ ଦାବି ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.