ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆକାଶରେ ଉଡ଼ିବାକୁ ଭଲ ପାଉଛନ୍ତି ଭାରତୀୟ, ଆହୁରି ୧୦୦ ବିମାନ କିଣିବ ଏୟାର ଇଣ୍ଡିଆ

Published By : Tapas Panda | December 9, 2024 8:52 PM

ନୂଆଦିଲ୍ଲୀ: ଭାରତୀୟ ବିମାନ ଉଡ଼ାଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବଡ଼ ରେକର୍ଡ ହେବାରେ ଲାଗିଛି । ବିମାନ ଯାତ୍ରୀଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟୁଛି । ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଆକାଶା ଏୟାରରେ ବୁକିଂ ସଂଖ୍ୟା ଖୁବ ଅଧିକ ରହିଛି । ଫଳରେ ଭାରତୀୟ ଏୟାର ଲାଇନ୍ସ ବହୁ ସଂଖ୍ୟକ ବିମାନ କ୍ରୟ କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଏୟାର ଇଣ୍ଡିଆ ଫ୍ରାନ୍ସର ଏୟାରବସ୍‌ କମ୍ପାନି ପାଖରୁ ୧୦୦ଟି ବିମାନ କ୍ରୟ କରିବା ଲାଗି ଚୁକ୍ତି କରିଛି । 

୨୦୨୩ ପାଖରୁ ଏୟାର ଇଣ୍ଡିଆ ମୋଟ୍‌ ୫୭୦ଟି ବିମାନ କ୍ରୟ କରିସାରିଛି ।  ସେଥିମଧ୍ୟରୁ ୩୦୦ଟି ଏ୩୨୦ ନିଓ ଫ୍ୟାମିଲି ଏୟାରକ୍ରାଫ୍ଟ, ୫୦ଟି ଏ୩୫୦, ୧୯୦ ବୋଇଂ ୭୩୭ ମ୍ୟାକ୍ସ, ୧୦ ବୋଇଂ ୭୭୭ଏକ୍ସ ଏବଂ ୨୦ଟି ବୋଇଂ ୭୮୭ ବିମାନ ରହିଛି । ସେହିଭଳି ଇଣ୍ଡିଗୋ ୨୦୧୧ରୁ ୧୨୬୦ଟି ବିମାନ କ୍ରୟ କରିସାରିଛି । ୨୦୨୧ରୁ ଆକାଶା ଏୟାର ୨୨୬ଟି ବିମାନ ଯାତ୍ରୀଙ୍କ ସେବାରେ ସାମିଲ କରିଛି ।

ଏୟାରବସ୍‌କୁ ୧୦୦ ନୂଆ ବିମାନ ଲାଗି ଅର୍ଡର ଦେବା ପରେ ଟାଟା ସନ୍ସ ଏବଂ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେଖରନ କହିଛନ୍ତି, ' ବିଶ୍ବ ତୁଳନାରେ ଭାରତରେ ଯାତ୍ରୀଙ୍କ ସଂଖ୍ୟା ଅଧିକ । ଆଉ ଏଥିପାଇଁ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଏୟାର ଇଣ୍ଡିଆ ଅଧିକରୁ ଅଧିକ ବିମାନ କ୍ରୟ କରିବା ଉପରେ ଜୋର ଦେଉଛି ।’ ସେ ଆହୁରି କହିଛନ୍ତି, ଅତିରିକ୍ତ ୧୦୦ ଏୟାରବସ୍‌ ବିମାନ ଏୟାର ଇଣ୍ଡିଆକୁ ବିକାଶ ରାସ୍ତାରେ ନେବାରେ ସହାୟକ ହେବ । ଏହାସହ ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ଏୟାରଲାଇନ୍‌ କରିବାର ଆମ ମିଶନରେ ଯୋଗଦାନ ଦେବ ।   

ଏୟାରବସ୍‌ ସିଇଓ ଗିଲୌମ ଫଉରି କହିଛନ୍ତି, ‘ବିମାନ କ୍ରୟ କରିବା ଲାଗି ଏୟାର ଇଣ୍ଡିଆର ନିବେଶ ପାଇଁ ମୁଁ ଖୁସି । ଭାରତୀୟ ବିମାନ ଉଡ଼ାଣ କ୍ଷେତ୍ରରେ ଆଶାତୀତ ବୃଦ୍ଧିକୁ ବ୍ୟକ୍ତିଗତ ଭାବେ ଦେଖିବା ପରେ ମୋତେ ଖୁସି ଲାଗୁଛି ଯେ, ଏୟାର ଇଣ୍ଡିଆ ପୁଣି ଥରେ ଏୟାରବସ୍‌ ଉପରେ ବିଶ୍ବାସ କରିଛି ।’  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.