ପ୍ରମୂଖ ଖବର
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ସୋସିଆଲ ମିଡିଆରେ ଜାତିଆଣ ଆକ୍ଷେପ : ୟୁଟ୍ୟୁବର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

Published By : Suraj Kumar | July 22, 2025 5:05 PM

କୋକସରା,୨୨/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ଅଞ୍ଚଳର ଜଣେ ୟୁଟ୍ୟୁବର  ପଶ୍ଚିମ ଓଡିଶାର ଲୋକପ୍ରିୟ କଳାକାର ରୁକୁ ସୁନାଙ୍କ ନାମରେ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି।  ସେହିପରି ଅନୁସୂଚିତ ଜାତି ଓ ଜନଜାତିଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଓ ସାମ୍ବିଧାନିକ ଅଧିକାର ଉପରେ କୁଠାରଘାତ କରିଥିବା ନେଇ ଥାନାରେ କୋକସରା ବ୍ଲକ ଅଲ ଓଡିଶା  ସିଡ୍ୟୁଲ କାଷ୍ଟ ଫେଡେରେସନ ଅଭିଯୋଗ କରିଛି। ଶୀଘ୍ର ଦୋଷୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।

କୋକସରା ବ୍ଲକ ଅଲ ଓଡିଶା  ସିଡ୍ୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ବ୍ଲକ ସଭାପତି କୌଶିକ ଦୁରିଆ,ସାଧାରଣ ସମ୍ପାଦକ ଖଗେଶ୍ୱର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଦୁର୍ଗା, ସାମାଜିକ ମୁଖ୍ୟ ଧବଳେଶ୍ବର ନାଗ,ଉପ ସଭାପତି ଅଜୟ କୁମାର ଦୀପ, ପରମେଶ୍ବର ପାଣିଗ୍ରାହୀ,ଧ୍ଵଜ ମହାନନ୍ଦ, ଆଇନଜୀବୀ ଉଗ୍ରେସନ ବାଗ,ସଦନ ନାଏକ,ଦେବିଶ୍ୱର ପାଣିଗ୍ରାହୀ,ସଭାପତି ଗଣ୍ଡ ସମାଜ କୋକସରା ବ୍ଲକ କ୍ଷୀରସିନ୍ଧୁ ମାଝୀ, ନିରଞ୍ଜନ ମାଝୀ, ଭୁବନେ ମାଝୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। କୋକସରା ଥାନା ଅଧିକାରୀଙ୍କ ଅନୁପସ୍ଥିତି କାରଣରୁ ଏସଆଇ ମମତା ଶବରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.