ପ୍ରମୂଖ ଖବର
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ମନରେଗାରେ ମହାଦୁର୍ନୀତି ! ବିଦେଶୀଙ୍କ ଫଟୋ ଅପଲୋଡ୍ କରି ଉଠାଉଛନ୍ତି ଟଙ୍କା

Published By : Swapna Ray | July 24, 2025 2:47 PM

କଳାହାଣ୍ଡି, ୨୪/୭: ଗୋପାଳରୁର ପଞ୍ଚାୟତରେ ମନରେଗାରେ ମହାଦୁର୍ନୀତି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ମନରେଗା ଯୋଜନାରେ ମହାଦୁର୍ନୀତି ହେଉଥିବା ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ଗାଁ ସାଥି ଓ ଜିଆରଏସ୍‌ମାନଙ୍କ କଳାକାରନାମା ପଦାକୁ ଆସିଛି । କିଛି ବିଦେଶୀଙ୍କ ଫଟୋକୁ ଅପଲୋଡ୍ କରି ଟଙ୍କା ଉଠାଇ ଥିବା ଅଭିଯୋଗ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

ସୂଚନାନୁସାରେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଲୋହରାଜୋର ଗ୍ରାମରେ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁମାଳି ପାହାଡ଼ରେ ଷ୍ଟେଞ୍ଜର ଟ୍ରେଞ୍ଚ କାମ ହୋଇଥିଲା । ସୂଚନା ବୋର୍ଡରେ କାମ କେବେ ଆରମ୍ଭ ହେଲା, କେବେ ସରିଲା ତା’ର କୌଣସି ସୂଚନା ନ ଥିବାବେଳେ କେବଳ ଦୈନିକ ମଜୁରୀ ୩୫୨ ଲେଖାଯାଇଛି । ସବୁଠାରୁ ପରିତାପର ବିଷୟ ହେଲା ଏହି କାମରେ ଗାଁ ସାଥି ଓ ଜିଆରଏସ କିଛି ବିଦେଶୀମାନଙ୍କର ଫଟୋକୁ ଅପଲୋଡ୍ କରି ଟଙ୍କା ଉଠାଣ କରିବା ପାଇଁ ମସୁଧା ଆରମ୍ଭ କରିଥିଲେ । ହେଲେ ଏହି ଅପଲୋଡ୍ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ପଞ୍ଚାୟତ କର୍ତ୍ତୃପକ୍ଷ ଦହଗଞ୍ଜ ହୋଇଥିଲେ । ଏନେଇ ଥୁଆମୂଳ ରାମପୁର ବିଡିଓ ଧ୍ରୁବଚରଣ ମୁଦୁଲିଙ୍କୁ ପଚାରିବାରୁ ସେଭଳି ଫଟୋ ଅପଲୋଡ୍ ହୋଇ ଟଙ୍କା ଉଠାଣ କରାଯାଇନାହିଁ ବୋଲି ସଫେଇ ଦେଇଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.