ପ୍ରମୂଖ ଖବର
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗୋଚର ଜମି ବିବାଦକୁ ନେଇ ଦଳିତ ମହିଳାଙ୍କୁ ମାଡ଼ ଅଭିଯୋଗ; ୩୧ଜଣଙ୍କ ନାଁରେ ମାମଲା ରୁଜୁ

Published By : Swapna Ray | July 28, 2025 4:18 PM

କୋକସରା, ୨୮/୦୭: ଗୋଚର ଜମି ବିବାଦରୁ ମହିଳାମାନଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଳସର୍ଗି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସରକାରୀ ଗୋଚର ଜମି ଜବରଦଖଲ ବିବାଦରୁ ଦଳିତ ମହିଳାମାନଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । 

ସୂଚନାନୁସାରେ, ଆଜକୁ ଦୀର୍ଘବର୍ଷ ହେବ ଦଳସର୍ଗି ଗ୍ରାମର ଧନମତି ଭରତିଆ, ବୈକୁଣ୍ଠ ଭରତିଆ, ଜୟ ଭରତିଆ, ଲଳିତ ଭରତିଆଙ୍କ ପରିବାର ଦଳସର୍ଗୀ ନଦୀ କୂଳରେ ଥିବା ସରକାରୀ ଗୋଚର ଜମିରେ ରହିବା ସହ ଚାଷବାସ କରି ଆସୁଛନ୍ତି । ସେହି ସରକାରୀ ଜମି ରାସ୍ତା ଦେଇ ଦଲସର୍ଗି, କାଣ୍ଡପଡ଼ାର ଲୋକମାନେ ମଧ୍ୟ ଯାତାୟାତ କରିବା ସହ ଗାଈଗୋରୁ ନେବା ଆଣିବା କରିଥାନ୍ତି । ଗତ ୨୬ ତାରିଖରେ ଅଭିଯୋଗକାରୀଙ୍କ କରିଥିବା ଚାଷକୁ କାଣ୍ଡପଡ଼ାର ଲୋକମାନେ ଗାଈଗୋରୁ ଚରାଇ ନଷ୍ଟ କରି ଦେବାରୁ ଦଳିତ ପରିବାରର ମହିଳାମାନେ ଏହାର ପ୍ରତିବାଦ କରିଥିଲେ । ଏହାପରେ କାଣ୍ଡପଡ଼ାର ୩୦ରୁ ଉର୍ଦ୍ଧ୍ୱ ଲୋକ ଆସି  ଘରେ କେହି ନଥିବା ସମୟରେ ଧନମତି ଓ ତାଙ୍କ ପରିବାରର ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ନେଇ କୋକସରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି କୋକସରା ଥାନା ଅଧିକାରିଣୀ ସ୍ନିଗ୍ଧାରାଣୀ ସୁନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ୩୧ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କାଣ୍ଡପଡ଼ାବାସୀଙ୍କ ପାଲଟା ଅଭିଯୋଗ ପରେ ଦଲସର୍ଗୀ ଗ୍ରାମକୁ ଧର୍ମଗଡ଼ ଉପଖଣ୍ଡ ଏସଡିପିଓ ଡୋଳାମଣି ଭୋଇ, ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ନଦୀକୁ ଯାଉଥିବା ରାସ୍ତାକୁ ବନ୍ଦ କରି ଦେବାରୁ କାଣ୍ଡପଡ଼ାର ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପ୍ରତିବାଦ କରିଥିଲେ । ଧର୍ମଗଡ଼ ଏସଡିପିଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଉଭୟ ଗୋଷ୍ଠୀଙ୍କ ଉପସ୍ଥିତିରେ ଶାନ୍ତି କମିଟି ଗଠନ କରି ଉକ୍ତ ବିବାଦର ସମାଧାନ କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.