ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ

Published By : Prameya | December 8, 2023 7:39 AM

ଭୁବନେଶ୍ୱର,୦୮/୧୨: ଆସନ୍ତା ୧୦ ତାରିଖରୁ ରାତିବେଳା ଶୀତ ବଢ଼ିବ । ମେଘୁଆ, କୋହଲା ପାଗ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଥିଲା । ଆଗକୁ କୋହଲା ପାଗ ରହିବନି ଓ ବାଦଲ ବି ହଟିଯିବ । ଏଥିପାଇଁ ଆସନ୍ତା ୨ରୁ ୩ ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିଯିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ୯ ତାରିଖରୁ ପାଗ ଶୁଖିଲା ହେବ । ଗତ ୨୪ ଘଣ୍ଟାରେ  ରାଉରକେଲାରେ ୪୫, ନୂଆପଡ଼ାରେ ୪୪.୮,ବରଗଡ଼ରେ ୪୪.୨, ବୌଦ୍ଧରେ ୪୩.୩, ଗୋପାଳପୁରରେ ୪୨, ହୀରାକୁଦରେ ୪୦.୨, ସମ୍ବଲପୁରରେ ୩୭.୫, ଭବାନୀପାଟଣାରେ ୩୦.୨, ଟିଟିଲାଗଡ଼ରେ ୨୪.୪, ସୁନ୍ଦରଗଡ଼ରେ ୧୧.୪, ରାଉରକେଲାରେ ୬ ଏବଂ ଝାରସୁଗୁଡ଼ାରେ ୫ମିମି ବର୍ଷା ହୋଇଛି ।

ଗତ ଦୁଇ ଦିନର ଲଗାଣ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡ଼ି ଯାଇଛି । କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ଧାନ ଚାଷ ସହ ମାଣ୍ଡିଆ, କପା ଚାଷ କ୍ଷତିଗ୍ରସ୍ତ ହୋଇଛି । ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ଆକଳନ କରି ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ  ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଛାଡ଼ିବା ପରେ ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି। ୩୩%ରୁ ଅଧିକ କ୍ଷୟକ୍ଷତି ଫସଲକୁ ହିସାବକୁ ନିଆଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.