ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗାଁର ବିଭିନ୍ନ ସମସ୍ୟା ନେଇ ବ୍ଲକ ଅଧ୍ୟକ୍ଷାଙ୍କୁ ଭେଟିଲେ ଗ୍ରାମବାସୀ

ଗୋଛାପଡା, ୫।୯ : ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଂଚାୟତ ମନୁଆବାଡି ଗାଁରେ ଥିବା ବିଭିନ୍ନ ସମସ୍ୟା ନେଇ  ଗ୍ରାମବାସୀ ବ୍ଲକ ଅଧ୍ୟକ୍ଷାକୁ ଭେଟିଛନ୍ତି। ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଛନ୍ତି। 

 ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଂଚାୟତ ୧୧ ନମ୍ବର ୱାର୍ଡରେ ରହିଛି ମନୁଆବାଡ଼ି ଗାଁ I ଦୀର୍ଘ ବର୍ଷ ହେବ ରାଜସ୍ୱ ଗାଁର ମାନ୍ୟତା ପାଇଥିଲେ ମଧ୍ୟ୍ୟ ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ହୋଇଛନ୍ତି I ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଏହି ଗ୍ରାମବାସୀଙ୍କ ପାଇଁ ସପନ ପାଲଟିଛି I  ଗ୍ରାମବାସୀ ଗାଁର ସମସ୍ୟା ବିଷୟରେ ବାରମ୍ବାର ଅଭିଯୋଗ କରି ଆସୁଥିବା କୌଣସି କାର୍ଯ୍ୟ ହୋଇ ପାରି ନାହିଁ I ଗାଁରେ ପ୍ରଥମିକ ବିଦ୍ୟାଳୟ ତ ଦୂରର କଥା ଗାଁ ରେ ଅଙ୍ଗନବାଡି  କେନ୍ଦ୍ରଟିଏ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଯାହା ଫଳରେ ଗାଁ ର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଥିବା କରଣ୍ଡା ଗଡ଼ ଗାଁ ରେ ଥିବା ଅଙ୍ଗନବାଡିକୁ ଯିବାକୁ ପଡୁଛି I ଅନ୍ୟପଟେ ଗାଁ କୁ ଯିବାକୁ ଭଲ ରାସ୍ତା ଟିଏ ନଥିବାରୁ ଗାଁ ର ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଏମିତିକି ଗାଁ ର ଆରାଧ୍ୟ ଠାକୁର ଭାବରେ ପୂଜା ପାଉଥିବା ପୀତବଳି ଦେବୀଙ୍କ ମନ୍ଦିର ମଧ୍ୟ୍ୟ ଅର୍ଦ୍ଧ ନିର୍ମିତ ଭାବରେ ପଡ଼ିରହିଛି I ଯାହା ପାଇଁ ଗ୍ରାମବାସୀ ଠିକ ଭାବରେ ପୂଜାପାଠ ମଧ୍ୟ୍ୟ କରିପାରୁନାହାନ୍ତି I ଏହି ସବୁ ସମସ୍ୟା କୁ ନେଇ ମଙ୍ଗଳବାର ଫିରିଙ୍ଗିଆ ବ୍ଲକ କାର୍ଯ୍ୟଳୟ କୁ ଆସି ବ୍ଲକ ଅଧ୍ୟକ୍ଷା ନମିତା କହଁର ଙ୍କୁ ମନୁଆବାଡ଼ି ଗ୍ରାମବାସୀ ଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I

ଆହୁରି ପଢନ୍ତୁ : 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.