ବାଲିଗୁଡା, ୧୩।୯ : କନ୍ଧମାକ ଜିଲ୍ଲା ବାଲିଗୁଡା ବ୍ଳକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଂଚାୟତ ର କିଲୁପଡ଼ାରେ ଭୁଶୁଡ଼ିଲା ସ୍କୁଲ୍ l ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ l
ବୁଧବାର ପୂର୍ବାହ୍ନ ଦଶଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟ ରେ ସ୍କୁଲ ର ଶିକ୍ଷକ ଙ୍କୁ ଅପେକ୍ଷା କରିଥିଲେ ଛାତ୍ରଛାତ୍ରୀ l ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକ ମାନେ ବିଇଓ ଅଫିସରେ ଧର୍ମଘଟରେ ବସି ରହିଥିଲେ l ଏହି ସମୟ ରେ ସ୍କୁଲ୍ ର ଶ୍ରେଣୀ ଗୃହ ହଠାତ୍ ଭୁଶୁଡ଼ି ପଡ଼ିଥିଲା l ସ୍କୁଲ୍ ର ଶ୍ରେଣୀ ଗୃହ ଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା l ବିପଦ ସଙ୍କୁଳ ଅବସ୍ଥାରେ ଥିବା ସ୍କୁଲ୍ ରେ ପାଠ ପଢା ଚାଲୁ ରହିଥିଲା l ଏନେଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ, ବିଇଓ, ବିଡିଓ ଏବଂ ବାଲିଗୁଡା ବିଧାୟକଙ୍କୁ ଅବଗତ କରିଥିଲେ ବି କେହି ଶୁଣିନଥିଲେ l