ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବ୍ୟାକ୍ ଗିୟରରେ ପକାଇ ଜୀବନ ନେଲା ଡ୍ରାଇଭର୍ : କାର୍ ଜବତ, ଚାଳକ ଅଟକ

ଭୁବନେଶ୍ଵର, ୧୩/୧୧ : ମଦ୍ୟପ କାର୍ ଡ୍ରାଇଭରର ଉନ୍ମତ୍ତ କାଣ୍ଡ । ବ୍ୟାକ୍ ଗିୟର ପକାଇ ନେଇଗଲା ମହିଳାଙ୍କ ଜୀବନ । ରାଜଧାନୀ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପାର୍କିଂରେ ରବିବାର ରାତିରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, ଦୀପ ଓ କାଉଁରିଆ କାଠି ବିକ୍ରି କରିବାକୁ ଦିଗପହଣ୍ଡିରୁ ଏକ ଦମ୍ପତି ଆସିଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପାର୍କିଂରେ ସେମାନଙ୍କ ଉପରେ ଏକ କାର୍ ଚଢି ଯାଇଛି। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ପୁରୁଷ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓପରେ ଏମ୍ସରେ ଭର୍ତ୍ତି କରାଯାଇଛି । 

ମୃତକଙ୍କ ପରିଚୟ ଜାଣିବା ପାଇଁ ଦିଗପହଣ୍ଡି ପୋଲିସ ସହ ଯୋଗାଯୋଗ କରିଛି ଲିଙ୍ଗରାଜ ଥାନା । ପୋଲିସ ଗାଡିଟିକୁ ଜବତ କରି ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଛି । ଗାଡିଟି ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୌତମ ରାୟଙ୍କ ନାମରେ ଥିବା ବେଳେ ତାଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ ।

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.