ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍, ୨୦ ରୁ ଉର୍ଦ୍ଧ୍ଵ ଆହତ

ଚୌଦ୍ୱାର, ୦୧/୦୨ : ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍। ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର ଥାନା ନୂଆପାଟଣା ଗାର୍ଡେନ ରିସର୍ଟ ସମ୍ମୁଖରେ ଡିଭାଇଡରରେ ପିଟି ହୋଇ ଏକ ବସ୍ ଓଲଟି ପଡିଛି l ଫଳରେ ବସ୍‌ର ଆଗ ଚକା ଦୁଇଟି ବାହାରି ଯାଇଛି l ବସ୍‌ରେ ଥିବା ୨୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ଯାତ୍ରୀମାନେ ଡୋର ପଟେ ବାହାରକୁ ବାହାରିଥିଲେ। ଚୌଦ୍ୱାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ଟି ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ କଟକ ବଡ ମେଡିକାଲ ପଠାଇଛି l 

ସୂଚନାନୁଯାୟୀ, ବସ୍‌ଟି ଦେବଗଡ଼ରୁ ଭୁବନେଶ୍ୱର ଆଦିବାସୀ ପଡିଆରେ ଚାଲିଥିବା ପ୍ରଦର୍ଶନୀ ପଡିଆକୁ ଯାଉଥିଲା l ବସ୍‌ରେ ୫୪ ଜଣ ଯାତ୍ରୀ ଥିଲେ l ତାମଧ୍ୟ୍ୟରୁ ଜଣେ ମହିଳାଙ୍କର ଗୋଡ଼ କଟି ଯାଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି l ବସ୍‌ରେ ୬ ଜଣ ଛୋଟ ପିଲା ଥିଲେ l ଘଟଣା ସ୍ଥଳରେ ଚୌଦ୍ୱାର ଆଇଆଇସିଙ୍କ ଶହ ପୁଲିସ ତଦନ୍ତ କରୁଛି l କ୍ରେନ ଯୋଗେ ବସ୍‌ଟିକୁ ରାସ୍ତା ପାର୍ଶ୍ଵକୁ ଉଠାଯାଇଛି l ଫଳରେ ଯାତାୟାତ ସ୍ୱଭାବିକ ହୋଇଛି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.