ଭୁବନେଶ୍ଵର, ୨୨/୧୨ : କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଅପିଲ କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ। ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି।
ଭାରତ ସରକାରଙ୍କ ନିର୍ଦ୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ସତର୍କ ରହିବା। ସର୍ଭିଲାନ୍ସ ବଢାଇବା ସହ ସତର୍କ ରହିବା ପାଇଁ ଅପିଲ କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି ଯେ ଲକ୍ଷଣ ହେଲେ ପରୀକ୍ଷା କରନ୍ତୁ। ଟେଷ୍ଟିଙ୍ଗ ବଢିବା ପାଇଁ ବ୍ୟବସ୍ଥା କରାଯିବ। ଭାରତରେ ଯେତିକି ଲୋକ ପଜିଟିଭ ଆସିଛନ୍ତି ୯୮%ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ସିଭିୟର ହୋଇନାହିଁ। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚିକିତ୍ସା କରାଯିବ।
Also Read :-
କରୋନାର ନୂଆ ଭାରିଆଣ୍ଟ ନେଇ କେନ୍ଦ୍ରର ସତର୍କତା, ଗାଇଡ୍ଲାଇନ୍ ଜାରି କରିପାରନ୍ତି ରାଜ୍ୟ ସରକାର