ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମଣିପୁର ପୁଣି ଅଶାନ୍ତ: ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ

ଇମ୍ଫାଲ୍୨୭/୦୯: ପୂର୍ବତ୍ତୋର ରାଜ୍ୟ ମଣିପୁର ସ୍ଥିତି ପୁଣି ବିଗିଡ଼ିଛି । ସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।ସମ୍ପୂର୍ଣ୍ଣ ରାଜ୍ୟକୁ ସରକାର ଅଶାନ୍ତ ଅଞ୍ଚଳ ଘୋଷଣା କରିଛନ୍ତି । ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ପରେ ଇଣ୍ଟରେନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା । ସେପ୍ଟେମ୍ବର ୨୩ରେ ମୋବାଇଲ୍ ଇଣ୍ଟରେନେଟ୍ ସେବା ଆରମ୍ଭ ହୋଇଥିଲା ।

ମଣିପୁର ଗୃହ ବିଭାଗ ପକ୍ଷରୁ ଆଜି ଜାରି ସୂଚନା ପ୍ରକାରେ, ବିଭିନ୍ନ ଉଗ୍ରପନ୍ଥୀ ସମୂହର ହିଂସାତ୍ମକ ଗତିବିଧି ପାଇଁ ସମ୍ପୂର୍ଣ୍ଣ ମଣିପୁରରେ ସେନାର ଆବଶ୍ୟକତା ରହିଛି । ଇମ୍ଫାଲ୍, ଲାମ୍ଫେଲ୍, ସିଟି, ସିଙ୍ଗଜାମେଇ, ସେକମାଇ, ଲାମାସାଙ୍ଗ, ପାଟସୋଇ, ବାଙ୍ଗୋଇ, ପୋରୋମ୍ପ୍ୟାଟ୍, ହେଇଙ୍ଗାଙ୍ଗ, ଲାମଲାଇ, ହରିଲବୁଙ୍ଗ, ଲିମାଖୋଙ୍ଗ, ବିଷ୍ଣୁପୁର, ନାମବୋଲ, ମୋଇରାଙ୍ଗ, କାକାଚିଙ୍ଗ ଓ ଜିରିବାମକୁ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଛି । ରାଜ୍ୟର ୧୯ଟି ପୋଲିସ ଥାନା ଅଞ୍ଚଳରେ ଶାନ୍ତି ରହିଛି । 

ପୃଥିବୀରୁ କେବେ ଲୋପ ପାଇବ ମଣିଷ? ତାରିଖ ଓ କାରଣ ବତାଇଲେ ବୈଜ୍ଞାନିକ

୨ ନିଖୋଜ ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ହୋଇଛି । ଇମ୍ଫାଲ୍ ସହ ଉପତ୍ୟକାର ଅନ୍ୟ ଅଞ୍ଚଳରେ ପ୍ରଦର୍ଶନ ଜୋରଦାର ହେଉଛି । ତେବେ ଏବେ ଯାଏ କୌଣସି ବଡ଼ ହିଂସା ଘଟି ନାହିଁ । ତଥାପି ମଣିପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବୁଧବାର ରାତିରେ ଇମ୍ଫାଲରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମଣିପୁରରେ ଇଣ୍ଟରନେଟ୍ ସେବା ପୁଣି ଥରେ କାର୍ଯ୍ୟକ୍ଷମ ହେବା ପରେ ସୋସିଆଲ୍ ମିଡିଆରେ ହିଂସାର ଅନେକ ଭିଡିଓ ଭାଇରାଲ୍ ହୋଇଥିଲା । ସରକାରଙ୍କ ଅନୁସାରେ, ଭାଇରାଲ୍ ପୋଷ୍ଟରେ ଅନେକ ଭ୍ରମାତ୍ମକ ଥିଲା । ଯାହାଦ୍ୱାରା ପୁଣି ଥରେ ହିଂସା ସୃଷ୍ଟି ପାଇଁ ପ୍ରୟାସ କରାଯାଇଛି । 

ମାଲେସିଆରେ ଭ୍ରମଣ ନାଁରେ ୨୫ ଲକ୍ଷ ଚୂନ; ୩ ଥାନା ବୁଲିଲେଣି ୩୬ ବିଉଟିସିଆନ୍, ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ମଣିପୁରର ୨ ନିଖୋଜ ଛାତ୍ରଙ୍କ ମୃତ୍ୟୁ ଖବର ଓ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ ପରେ ଉପତ୍ୟକାରେ ସ୍ଥିତି ଖରାପ ଆଡ଼କୁ ଯାଉଛି । ସ୍ଥିତିକୁ ଦେଖି ମଣିପୁରର ବିଧାୟକ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଚିଠି ପାଇ ଗୁରୁବାର ସକାଳେ ସିବିଆଇର ବରିଷ୍ଠ ଅଧିକାରୀ ଇମ୍ଫାଲରେ ପହଞ୍ଚିଛନ୍ତି । ପୂର୍ବରୁ ମଣିପୁର ହିଂସା ଓ ଅନ୍ୟ କେତେକ ମାମଲାର ତଦନ୍ତ ସିବିଆଇ କରୁଛି ।

  • manipur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.