ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ତୀର୍ଥ ଯାତ୍ରା ପାଲଟିଲା ଅନ୍ତିମ ଯାତ୍ରା: ମର୍ମନ୍ତୁଦ ଦୁର୍ଘଟଣାରେ ୮ ମୃତ, ୧୨ ଗୁରୁତର

ସାନଖେମୁଣ୍ଡି, ୧।୧ ୨ (ଆପ୍ର):   ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା।  ଶୁକ୍ରବାର ଭୋରୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବାଲିଯୋଡି ଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣା ସ୍ଥଳରେ ୮ ଜଣଙ୍କର ମୃତ ହୋଇଥିବା ବେଳେ୧୨ ଜଣ ଗୁରୁତର ଅବସ୍ଥାରେ ଘଟଗାଁ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି।  ଗୁରୁତର ଆହତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ଜଣଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି।

ଉଲ୍ଳେଖନୀୟ ଯେ, ଦିଗପହଣ୍ଡି ଥାନା ବତାଗଡର ପାଟପୁର ଗ୍ରାମରୁ କିଛି ଲୋକ ଏକ ୱିଙ୍ଗରରେ ଘଟଗାଁ ଦର୍ଶନ ପାଇଁ ଆସୁଥିଲେ। ସେମାନେ ଦର୍ଶନ ସାରି ପୁରୀ ଦର୍ଶନ ପାଇଁ ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଭୋରୁ ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଏହି ୱୀଙ୍ଗର। ଫଳରେ ଘଟଣା ସ୍ଥଳରେ ସାତ ଜଣକ ମୃତ୍ୟୁ ହୋଇଥିବା ବେଳେ ବାକି ଗୁରୁତରଙ୍କୁ ଘଟଗାଁ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା।

ଏହି ସମସ୍ତେ  ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିଲେ। ସେଠାରୁ  ପୁରୀ ଯାଇଥାନ୍ତେ । ହେଲେ ତୀର୍ଥ ଯାତ୍ରା ପାଲଟିଗଲା ଅନ୍ତିମ ଯାତ୍ରା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ତଥା ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗାଁ ଓ ବତାଗଡ ଗାଁରେ ଏବେ କାନ୍ଦବୋବାଳି ପଡ଼ି ଯାଇଛି। ଦୁଇଟି ପରିବାରର ୮ ଜଣଙ୍କ ଜୀବନ ଚାଲଯାଇଛି। ମୃତକ ହେଲେ ପୋଡାମାରି ଗାଁର ମାଆ ହାଡିଆଣୀ ପ୍ର ଧାନ (୫୦), ପୁଅ ଆକାଶ ପ୍ରଧାନ (୨ ୫) ଓ ବୋହୂ ଲିଲି ପ୍ରଧାନ (୨ ୨)।  ସେହିପରି ବତାଗଡ  ଗାଁର ବାପା ବାୟାଧନ ଗୌଡ (୬୦), ପୁଅ ମଦନ ଗୌଡ (୩୨), ନାତି ରୁଦ୍ର ଗୌଡ (୪), ବାୟାଧନଙ୍କ  ଝିଅ ପତିନୀ ଗୌତ (୩୫, ଘର ଦିଗପହଣ୍ଡି ନିକଟ ପାଳଝାଡି) ଏବଂ ବାୟାଧନଙ୍କ ଆଉ ଏକ ଝିଅର ସ୍ବାମୀ ବାବୁଲା ଗୌଡ ( ୪୦, ଦେଖାଳିଗାଁ)। 

ଗୁରୁବାର ରାତିରେ ପୋଡାମାରିରୁ ଏକ ଗାଡି (ଓଡି୦୭ଏଲ୍‌ ୦୯୭୫) ଯୋଗେ ମୋଟ ୧୯ ଜଣ ତୀର୍ଥ ଯାତ୍ରାରେ ବାହାରିଥିଲେ। ପ୍ରଧାନ ପରିବାର ଓ ଗୌଡ ପରିବାର ସଙ୍ଗାତ (ବନ୍ଧୁ ସମ୍ପର୍କୀୟ) ଅଟନ୍ତି। ହେଲେ  ଘଟଗାଁରେ ପହଞ୍ଚିବା ପୂର୍ବରୁ ଏଭଳି ଅଘଟଣ ଦୁଇ ପରିବାର ତଥା ଗ୍ରାମବାସୀଙ୍କ ପାଇଁ ଦୁଃଖଶୋକର ପାହାଡ ଆଣିଦେଇଛି। ଗାଁ ଏବେ କାନ୍ଦବୋବାଳିରେ ଫାଟି ପଡୁଛି। ପୋଡାମାରିର ମୃତକମାନେ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନ ଓ  କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ସ୍ଥାନୀୟ ଆର୍‌ଆଇ, ସହକାରୀ ଆର୍‌ଆଇ ଗାଁକୁ ଯାଇ ପରିବାର ଲୋକଙ୍କ ବାବଦରେ ତଥ ସଂଗ୍ରହ କରିଛନ୍ତି। 

Also Read:-

ପୋଖରିରୁ ମିଳିଲା ୩ ଦିନ ହେବ ନିଖୋଜ ଥିବା ଯୁବକଙ୍କ ମୃତଦେହ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.