ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିରୋଧୀ ମେଣ୍ଟର କିଏ ହେବେ ପ୍ରଧାନମନ୍ତ୍ରୀ ଚେହେରା ? ଦିନକରେ ୩ ଜଣଙ୍କ ନାଁକୁ ନେଇ ଆସିଲା ଦାବି

Opposition Alliance

ନୂଆଦିଲ୍ଲୀ, ୩୦/୦୮: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ବିରୋଧୀ ମେଣ୍ଟ (ଇଣ୍ଡିଆ)ର ବୈଠକ ମୁମ୍ବାଇରେ ହେବ । ବିରୋଧୀ ମେଣ୍ଟର ବୈଠକର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ଦାବିଦାର ଭାବେ ୩ ଜଣଙ୍କ ନାଁ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି ଦାବିର କିଛି ଘଣ୍ଟା ମଧ୍ୟରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି ଉଠିଛି ।

ସମାଜବାଦୀ ପାର୍ଟିର ନେତା ଜୁହି ସିଂହ କହିଛନ୍ତି, ଆମେ ଚାହୁଁଛୁ ଅଖିଳେଶ ଯାଦବ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ । ଅଖିଳେଶଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବା ଲାଗି ସାମର୍ଥ୍ୟ ଅଛି । ସେ କୌଣସି ଦିନ ଏହି ପଦ ଯାଏ ନିଶ୍ଚୟ ପହଞ୍ଚିବେ । ତେବେ ଏ ନିଷ୍ପତ୍ତି ମେଣ୍ଟ ସାମୁହିକ ଭାବେ ନେବ ।

ନା ଇଣ୍ଡିଆ, ନା ଏନ୍‌ଡିଏ : ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଘୋଷଣା, ଏକାକୀ ନିର୍ବାଚନ ଲଢିବୁ...

ଶିବସେନା (ୟୁଟିବି) ନେତା ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ଯଦି କେହି ମୋତେ ପଚାରେ ତ ମୁଁ କହିବି ଉଦ୍ଧବ ଠାକରେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍ । ଗୋଟିଏ ପଟେ ବିଜେପି, ଯିଏ କି ଭୟରେ ଗୋଟିଏ ନାମ ନେଇପାରେ । ଯଦି ଭୁଲରେ ନୀତିନ ଗଡ଼କରୀଙ୍କ ନାଁ ଆସିଲା ତାଙ୍କ ରାଜନୈତିକ ଜୀବନ ଶେଷ ହୋଇଯିବ । ଅନ୍ୟପଟେ ଆମେ କାମ କରୁଛୁ, ସାର୍ବଜନୈକ ଭାବେ ନାଁ ନେଇ ପାରିବୁ ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିରୋଧୀ ମେଣ୍ଟ (ଇଣ୍ଡିଆ)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛି ଆମ୍ ଆଦମୀ ପାର୍ଟି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କହିଛନ୍ତି, ମୋତେ ପଚାରେଲି ମୁଁ ଚାହିଁବି କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ । ଦେଶରେ ଦରଦାମ ଜନତାଙ୍କୁ ହନ୍ତସନ୍ତ କରୁଥିବା ବେଳେ ଦିଲ୍ଲୀରେ ଦରଦାମ ସବୁଠୁ କମ୍ ଥିବା ସେ କହିଛନ୍ତି । 

ମୌସୁମୀ ଦୁର୍ବଳ, ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୩୩ ପ୍ରତିଶତ କମ୍ ବର୍ଷା

ଦିଲ୍ଲୀରେ ପାଣି ମାଗଣା, ବିଦ୍ୟୁତ୍ ମାଗଣା, ଶିକ୍ଷା ମାଗଣା, ମହିଳାଙ୍କ ଲାଗି ବସ୍ ଯାତ୍ରା ମାଗାଣ, ବରିଷ୍ଠଙ୍କୁ ମାଗଣା ତୀର୍ଥଯାତ୍ରା ସୁବିଧା ମିଳୁଛି । ପ୍ରିୟଙ୍କା କକ୍କର ଆହୁରି କହିଛନ୍ତି, କେଜ୍ରିୱାଲ୍ ନିୟମିତ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି । ପିଏମ୍ ମୋଦୀଙ୍କୁ ଚ୍ୟାଲେଞ୍ଜ କଲା ଭଳି ଶକ୍ତି, ସାମର୍ଥ୍ୟ ରହିଛି । ତେବେ ଦଳର ସାଂସଦ ରାଘବ ଚଢ଼ା କହିଛନ୍ତି, ଆପ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟରେ ସାମିଲ୍ ହୋଇ ନାହିଁ । 

ତେବେ ବିରୋଧୀ ମେଣ୍ଟର ମୁମ୍ବାଇ ବୈଠକ ପୂର୍ବରୁ ନୀତିଶଙ୍କ ନାଁକୁ ନେଇ ଦାବି କରିଛନ୍ତି ବିହାରର ମନ୍ତ୍ରୀ ସୁନୀଲ କୁମାର । ତେବେ ବିରୋଧୀ ମେଣ୍ଟର ୨ଟି ବୈଠକ ସରିଥିବା ବେଳେ ମୁମ୍ବାଇ ବୈଠକକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ମୁମ୍ବାଇ ବୈଠକରେ ମେଣ୍ଟ ଆସନ ବାଣ୍ଟିବା ସହ ସଂଯୋଜକ ସ୍ଥିର କରିପାରେ । 

ଗଦର -୨ ପ୍ରଯୋଜକ ରକ୍ଷା ବନ୍ଧନରେ ଦେଲେ ଆକର୍ଷଣୀୟ ଅଫର , ଏଥିରେ ଆପଣ ପାଇବେ ଏମିତି ସୁବିଧା ...

  • india
  • Opposition
  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.