ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ହରିଆଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି, ସାମିଲ ହେବେ ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ

ଚଣ୍ଡିଗଡ଼,୧୭/୧୦: ହରିଆଣାରେ ନାୟବ ସିଂହ ସୈନି ହିଁ ମୁଖ୍ୟମନ୍ତ୍ରୀ ହେବେ । ବୁଧବାର ପଞ୍ଚକୁଲାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳର ବୈଠକରେ ସେ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି । ବୈଠକରେ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କେନ୍ଦ୍ରୀୟ  ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ । ବିଧାୟକ କୃଷ୍ଣ କୁମାର ବେଦୀ ସୈନିଙ୍କ ନାମ ପ୍ରସ୍ତାବ ରଖିଥିଲେ । ଅନିଲ ଭିଜ୍‌  ଓ ଆରତି ରାଓ ସମର୍ଥନ କରିଥିଲେ ।  ଏହାପରେ ସୈନି ରାଜଭବନ ଯାଇ  ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ନିକଟରେ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ । 

ଗୁରୁବାର ପୂର୍ବାହ୍ନ ୧୧ଟାରେ  ପଞ୍ଚକୁଲାର ଦଶହରା ପଡ଼ିଆରେ ସୈନି  ସରକାରଙ୍କ ଶପଥ ଗ୍ରହଣ ସମାରୋହ  ଅନୁଷ୍ଠିତ ହେବ । ସେଥିରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ  ଶାହଙ୍କ ସମେତ ଏନ୍‌ଡିଏ ଶାସିତ  ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଓ ଅନ୍ୟ  ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ।  ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ  ହରିଆଣାର ୯୦ ବିଧାନସଭା ଆସନ  ମଧ୍ୟରୁ ବିଜେପି ୪୮ଟିରେ ଜିତିଥିଲା ।  

ଗୁରୁବାର ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ  ସୈନି ଶପଥ ନେବା ପରେ ଚଣ୍ଡିଗଡ଼ରେ  ଏନ୍‌ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ  ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ  ହେବ । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଯୋଗଦେବେ ।  ସମ୍ମିଳନୀରେ ବିଜେପିରୁ ମୋଟ ୧୩  ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୬ ଉପ  ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ଥିବା ବେଳେ  ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ବିହାର, ସିକ୍କିମ,  ନାଗାଲାଣ୍ଡ ଏବଂ ମେଘାଳୟ ଭଳି ଏନ୍‌ଡିଏ  ନେତୃତ୍ୱାଧୀନ ସରକାରର ମୁଖ୍ୟମନ୍ତ୍ରୀମାନେ  ବି ଯୋଗଦେବେ । ରାଷ୍ଟ୍ରୀୟ ବିକାଶ ଭଳି  ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡାକୁ ନେଇ ସମ୍ମିଳନୀରେ  ଆଲୋଚନା ହେବ । ସେହିଭଳି ସମ୍ବିଧାନର  ଅମୃତ ମହୋତ୍ସବ ଏବଂ ଗଣତନ୍ତ୍ରର  ହତ୍ୟା ଉଦ୍ୟମର ୫୦ ବର୍ଷ ପୂର୍ତ୍ତି ଉତ୍ସବ  ଆୟୋଜନ ସଂକ୍ରାନ୍ତରେ ବି ଚର୍ଚ୍ଚା ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.