ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କର୍କଟ କୋଷିକା ନଷ୍ଟ କରିବ ହାଇବ୍ରିଡ୍‌ ନାନୋପାର୍ଟିକଲ୍, ବିକଶିତ କଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ ୧୨/୦୯: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି)ର ବୈଜ୍ଞାନିକମାନେ କର୍କଟ ଅନୁସନ୍ଧାନ  କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ସେମାନେ ଏକ ନୂଆ ପଦ୍ଧତିର ବିକାଶ  କରିଛନ୍ତି, ଯାହା କର୍କଟ ରୋଗ ଚିହ୍ନଟ ସହିତ କର୍କଟ କୋଷିକାଗୁଡ଼ିକୁ ନଷ୍ଟ କରିବ । ସେମାନେ ସୁନା  ଓ ତମ୍ବା ସଲ୍‌ଫାଇଡ୍‌ରେ ହାଇବ୍ରିଡ୍‌ ନାନୋପାର୍ଟିକଲ୍ସ ପ୍ରସ୍ତୁତ କରିଛନ୍ତି । ଧ୍ୱନି ତରଙ୍ଗ ପ୍ରୟୋଗ କରି  କର୍କଟ କୋଷିକା ଚିହ୍ନଟ ସହିତ ଉତ୍ତାପ ଉତ୍ପନ୍ନ ଜରିଆରେ ଏହା ସେଗୁଡ଼ିକୁ ନଷ୍ଟ କରିପାରିବ । 

ଏସିଏସ୍‌ ଆପ୍ଲାଏଡ୍‌ ନାନୋ ମ୍ୟାଟେରିଆଲ୍ସରେ ଏହି ଅଭିନବ ଉଦ୍ଭାବନର ବିସ୍ତୃତ ବିବରଣୀ ରହିଛି ।  ହାଇବ୍ରିଡ୍‌ ନାନୋପର୍ଟିକଲ୍‌ଗୁଡ଼ିକ ଫଟୋଥର୍ମାଲ, ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌ ଓ ଫଟୋଆକୋଷ୍ଟିକ୍‌ ଗୁଣ  ପ୍ରଦର୍ଶନ କରେ । ଯେତେବେଳେ ଆଲୋକ ସଂସ୍ପର୍ଶରେ ଆସେ, ଏହି ନାନୋ (ସୂକ୍ଷ୍ମ) କଣିକାଗୁଡ଼ିକ  ତାକୁ ଅବଶୋଷଣ କରେ ଏବଂ ଉତ୍ତାପ ଉତ୍ପନ୍ନ କରେ । ଏହା କର୍କଟ କୋଷିକାଗୁଡ଼ିକୁ ନଷ୍ଟ  କରିବାରେ ଫଳପ୍ରଦ ହୋଇଥାଏ । ସେଗୁଡ଼ିକ ବିଷାକ୍ତ ଏକକ ଅମ୍ଳଜାନ ପରମାଣୁ ମଧ୍ୟ ଉତ୍ପନ୍ନ  କରନ୍ତି, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ କର୍କଟ କୋଷିକା ନଷ୍ଟ କରିବାରେ ସହାୟକ ହୋଇଥାନ୍ତି । ଚିକିତ୍ସକୀୟ ସାମର୍ଥ୍ୟ ସମେତ ନାନୋ କଣିକାଗୁଡ଼ିକର ଚମତ୍କାର କର୍କଟ ଚିହ୍ନଟ କ୍ଷମତା ମଧ୍ୟ  ରହିଛି । ଏଗୁଡ଼ିକ ଆଲୋକକୁ ଅବଶୋଷଣ କରି ଅଲ୍‌ଟ୍ରାସାଉଣ୍ଡ୍‌ ତରଙ୍ଗ ଉତ୍ପନ୍ନ କରନ୍ତି, ଯାହା  ଦ୍ୱାରା ଉଚ୍ଚ ସ୍ତରରେ କର୍କଟ କୋଷିକାଗୁଡ଼ିକୁ ଚିହ୍ନଟ କରିପାରନ୍ତି । 

ନାନୋ କଣିକାଗୁଡ଼ିକର ଏହି ଗୁଣ କର୍କଟ ଚିହ୍ନଟର ସଠିକତା ସ୍ତରକୁ ବଢ଼ାଇ  ପାରିବ । କାରଣ ଶରୀରରେ ଟିସୁ ଦେଇ ଗତି କରିବା ସମୟରେ ଧ୍ୱନି ତରଙ୍ଗ  ଆଲୋକ ତୁଳନାରେ କମ୍‌ ବିଚ୍ଛୁରିତ ହୁଏ । ଟ୍ୟୁମର୍‌ରେ ଅମ୍ଳଜାନ ସଂପୃକ୍ତିର ଅପେକ୍ଷାକୃତ  ସ୍ପଷ୍ଟ ଛବି ଓ ଅଧିକ ସଠିକ୍‌ ମାପ ପ୍ରଦାନ କରେ । ଏହି ଉଦ୍ଭାବନ ପୂର୍ବରୁ ବିକଶିତ  ନାନୋପାର୍ଟିକଲ୍‌ଗୁଡ଼ିକର ମୁଖ୍ୟ ସୀମା ବିଷୟରେ ବୈଜ୍ଞାନିକ ଟିମ୍‌ ବର୍ଣ୍ଣନା କରିଛନ୍ତି ।  ତାହା ହେଉଛି ଅପେକ୍ଷାକୃତ ବଡ଼ ଆକାରଯୁକ୍ତ ନାନୋପାର୍ଟିକଲ୍ସ । ଏହାର ଏକ  ଅଭିନବ ହ୍ରାସ ପଦ୍ଧତି ପ୍ରୟୋଗ କରି ସେମାନେ ତମ୍ବା ସଲ୍‌ଫାଇଡ୍‌ ପୃଷ୍ଠରେ ସୂକ୍ଷ୍ମ  ସୁନା ଗଚ୍ଛିତ କରିବାରେ ସକ୍ଷମ ହେଲେ । ଏହା ଜରିଆରେ ୮ ଏନ୍‌ଏମ୍‌ରୁ କମ୍‌  ଆକାରଯୁକ୍ତ ହାଇବ୍ରିଡ୍‌ ନାନୋପାର୍ଟିକଲ୍ସ ସୃଷ୍ଟି କଲେ। ଏହି ସୂକ୍ଷ୍ମ କଣିକାଗୁଡ଼ିକ ଟିସୁରେ  ସହଜରେ ଗତି କରି ଟ୍ୟୁମର୍‌ ପାଖରେ ପହଞ୍ଚି ପାରିବେ । ଅତି ଛୋଟ ହୋଇଥିବାରୁ  ଏଗୁଡ଼ିକୁ ମାନବ ଶରୀରକୁ ସହଜରେ ଛଡ଼ାଯାଇ ପାରିବ । ଅଦ୍ୟାବଧି ପ୍ରୟୋଗଶାଳାରେ  ନାନୋପାର୍ଟିକଲ୍‌ଗୁଡ଼ିକୁ ଫୁସ୍‌ଫୁସ୍‌ ଓ ସର୍ଭାଇକାଲ କର୍କଟ କୋଷିକା ରେଖା ଉପରେ ପରୀକ୍ଷା  କରାଯାଇଛି । ଏହାର ଫଳପ୍ରଦ ପରିଣାମ ପରେ ଚିକିତ୍ସା କ୍ଷେତ୍ରରେ ପରୀକ୍ଷଣ ହେବ, ଯାହା  କର୍କଟ ବିରୋଧୀ ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.