ୱାଶିଂଟନ : ଟ୍ୱିଟର ବସ୍ ଏଲନ ମସ୍କ ନିଜ ପୁଅର ଏକ ଫଟୋ ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସ ( ପୂର୍ବରୁ ଟ୍ୱିଟର)ର ଲୋଗୋ ସହ ପୋଷ୍ଟ କରିଛନ୍ତି। ଏହି ଫଟୋ ଦେଖିବା କ୍ଷଣି ଭାଇରାଲ ହେଉଛି। ବାସ୍ତବରେ ମସ୍କଙ୍କ ପୁଅଙ୍କ ନାମ ମଧ୍ୟ ଏକ୍ସ ହିଁ ଅଛି। ଏହି ଫଟୋରେ ମସ୍କଙ୍କର ପୁଅ ଏକ ବଡ଼ ଆକାରର ଏକ୍ସ ଲୋଗୋର ସାମନାରେ ଠିଆ ହୋଇଛନ୍ତି। ସେ ଧଳା ରଙ୍ଗର ଟି-ସାର୍ଟ ଓ ଖାକି ପ୍ୟାଣ୍ଟ ପିନ୍ଧିଛନ୍ତି। ଏହା ବ୍ୟତୀତ ସେ ନିଜ ହାତରେ ଏକ ଟମ୍ୱଲର ଧରି ରଖିଛନ୍ତି ଏବଂ ହସୁଛନ୍ତି।
ଏଲନ ମସ୍କଙ୍କ ସାମ୍ନାରେ ବଡ ସମସ୍ୟା: 'X'ରୁ ଡିଲିଟ୍ ହୋଇଯାଉଛି ଫଟୋ ଏବଂ ପୋଷ୍ଟ
୪୦ ମିଲିୟନ ଦେଖିଛନ୍ତି –
ଏଲନ ମସ୍କ ଏହି ଫଟୋରେ କୌଣସି କ୍ୟାପସନ ଲେଖି ନାହାନ୍ତି। ଟେକ୍ନୋଲଜିର ବାଦଶାହ ମସ୍କଙ୍କର ପୁଅଙ୍କ ଏହି ଫଟୋ ଲୋକଙ୍କର ଧ୍ୟାନ ଆକର୍ଷଣ କରୁଛି। ପୋଷ୍ଟ କରାଯିବା ପରେ ଏହି ଟ୍ୱିଟ୍କୁ ପାଖାପାଖି ୪୦ ମିଲିୟନ ଲୋକ ଦେଖିଛନ୍ତି। ଏହା ବ୍ୟତୀତ ବହୁ ସଂଖ୍ୟାରେ ଲୋକ ଏହି ଫଟୋକୁ ଲାଇକ୍ କରିଛନ୍ତି ଏବଂ ଏହା ଉପରେ କମେଣ୍ଟ ବି ଦେଇଛନ୍ତି। କମେଣ୍ଟ କରିଥିବା ଲୋକେ ପିଲାଟିର ନିରୀହତାକୁ ଖୁବ୍ ପ୍ରଂଶସା କରିଛନ୍ତି।
ଏଲନ ମସ୍କ ନିଲାମ କରୁଛନ୍ତି ଟ୍ୱିଟରର ଅନେକ ଜିନିଷ
ଲୋକେ ପିଲାଟିର ସାହସକୁ ଖୁବ୍ ପ୍ରଶଂସା କରିଛନ୍ତି। ଏଥିରେ ପିଲାର ନିରୀହତା ଓ ଅନ୍ୟ ଜିନିଷକୁ ବି ଲୋକେ ନୋଟିସ କରିଛନ୍ତି । ବହୁତ ଲୋକ ଏତେ ଅଳ୍ପ ବୟସରେ ଏକ୍ସଙ୍କର ଗମ୍ଭିରତାକୁ ପ୍ରଶଂସା କରିଛନ୍ତି।