ରାୟପୁର, ୦୪/୧୧: ନଭେମ୍ବର ୭ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ମତଦାନକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ନକ୍ସଲ ପ୍ରଭାବିତ ବସ୍ତରରେ ଦେଖିବାକୁ ମିଳିଛି ହିଂସା । ନିର୍ବାଚନ ପ୍ରଚାର ବେଳେ ମାଓବାଦୀ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ।
ନାରାୟଣପୁର ଜିଲ୍ଲା ବିଜେପିର ଉପସଭାପତି ରତନ ଦୁବେଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଶନିବାର ରତନ ଦୁବେ ନାରାୟଣପୁରର କୌଶଳନରରେ ପ୍ରଚାର କରୁଥିଲେ । ସେ ଉକ୍ତ ଅଞ୍ଚଳରେ ଜିଲ୍ଲା ପଞ୍ଚାୟତରୁ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି । ରତନ ଦୁବେଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି ।
ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ଅଲଆଉଟ୍, ସଟ୍ ମାରୁ ମାରୁ ଖସିଗଲା କ୍ୟାମରନ୍ ଗ୍ରୀନଙ୍କ ବ୍ୟାଟ୍
ହତ୍ୟାକାଣ୍ଡ ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ପଠା ଯାଇଥିବା କହିଛନ୍ତି ଆଇଜି । ସମସ୍ତ କିଛି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଏହି ହତ୍ୟାକାଣ୍ଡ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ମୋହଲା-ମାନପୁର ଅଞ୍ଚଳରେ ଘଟିଛି ।
ଏହା ପୂର୍ବରୁ ଅକ୍ଟୋବରରେ ଉକ୍ତ ଅଞ୍ଚଳରେ ଅଜଣା ଆତତାୟୀ ଜଣେ ବିଜେପି କର୍ମୀଙ୍କ ସହ ଅନ୍ୟ ଜଣଙ୍କୁ ହତ୍ୟା କରିଥିଲେ । ୩ ଜଣ ବାଇକରେ ଆସି ଗୁଳିମାଡ଼ କରି ୨ ଜଣଙ୍କ ଜୀବନ ନେଇଥିଲେ । ଏବେ ମତଦାନକୁ ମାତ୍ର ୩ ଦିନ ବାକି ଥିବାବେଳେ ବସ୍ତର ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ସୁରକ୍ଷା ଚିନ୍ତାକୁ ବଢ଼ାଇ ଦେଇଛି ।