ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ପ୍ରଶ୍ନପତ୍ର

Published By : Prameya | March 20, 2025 10:13 AM

ଭୁବନେଶ୍ୱର ୨୦/୦୩: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ। ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ପ୍ରଶ୍ନପତ୍ର । ଆଜି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଭୂଗୋଳ ପରୀକ୍ଷା ଚାଲିଥିବା ବେଳେ ଗତକାଲିଠାରୁ ଏହା ୟୁଟ୍ୟୁବରେ ଅପଲୋଡ଼ ହୋଇ ପ୍ରଶ୍ନପତ୍ର ଭାଇରାଲ ହେଉଛି। ଏଠି କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳି ଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୁବ ଦେଖି ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ । ତେଣୁ ପିଲାମାନଙ୍କର ଭବିଷ୍ୟତ ନେଇ ଚିନ୍ତାରେ ପଡି ଯାଇଛନ୍ତି ଅଭିଭାବକ। 

ସେହିପରି ଅନ୍ୟ ଦିନର ସମସ୍ତ ବିଷୟ ମଧ୍ୟ ୟୁଟ୍ୟୁବରେ ଉପଲବ୍ଧ ରହିଛି । ତେଣୁ ପିଲା ମାନଙ୍କର ଭବିଷ୍ୟତ ନେଇ ଚିନ୍ତାରେ ପଡି ଯାଇଛନ୍ତି ଅଭିଭାବକ । ଶିକ୍ଷାକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୁବରଙ୍କ ପାଇଁ ରାଜ୍ୟରେ ଭୁଶୁଡିବାକୁ ବସିଛି ଶିକ୍ଷା ବ୍ୟବସ୍ଥା । ଆଉ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.