ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ବଜ୍ରାଘାତରେ ୮ ଛେଳି ମୃତ , ଛେଳି ଚାରାଳି ଯୁବକ ଆହତ

Published By : Gurupada Nath | August 5, 2025 6:29 PM

ଫିରିଙ୍ଗିଆ, ୫/ ୮ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ଖଜୁରୀପଡା ଗାଁ ନିକଟରେ ବଜ୍ରାଘାତରେ ୮ଟି ଛେଳିର ମୃତ୍ୟୁ ହୋଇଥିବାବେଳେ ଛେଳି ଚରାଳୀ ଆହତ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ଫିରିଙ୍ଗିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ ଘଡ଼ି ହୋଇଥିଲା l ଖଜୁରୀପଡା ଅଞ୍ଚଳର ଛେଳି ଗୋଠ ନେଇ ଚରାଳୀ ଯାଇଥିବାବେଳେ ପ୍ରବଳ ବର୍ଷାରେ ଗୋଠରୁ କିଛି ଛେଳି ବର୍ଷା ଯୋଗୁଁ ବାଉଁଶ ଗଛ ତଳେ ଲୁଚିଥିଲେ l ଚାରାଳି ଖଜୁରୀପଡ଼ା ଈଶ୍ୱର ଚନ୍ଦ୍ର କହଁର ବର୍ଷାରେ ଧାଇଁ ଧାଇଁ ଯାଉଥିବାବେଳେ ହଠାତ ବଜ୍ରାଘାତ ହୋଇଥିଲା । ପ୍ରବଳ ବଜ୍ରାଘାତରେ ବାଉଁଶ ଗଛ ତଳେ ଥିବା ୪ ଜଣ ଛେଳି ଚାଷୀଙ୍କର ଆଠଟି ଛେଳିର ମୃତ୍ୟୁ ହୋଇଥିବାବେଳେ ଛେଳି ଚାରାଳି ଈଶ୍ୱରଙ୍କୁ ଆଘାତ ଲାଗିଥିବାରୁ ସେ ଆହତ ହୋଇଥିବାବେଳେ ଫିରିଙ୍ଗିଆ ମେଡିକାଲକୁ ତୁରନ୍ତ ନିଆ ଯାଇଛି l

ତେବେ ୮ଟି ଛେଳି ମଧ୍ୟରୁ ଖଜୁରୀପଡା ଗାଁର ସାରଳା କହଁରଙ୍କ ୨ଟି, ରମାକାନ୍ତ କହଁରଙ୍କ ୨ଟି, କସମତି ବିନ୍ଧାଣିଙ୍କ ୨ଟି ଏବଂ ବାଙ୍ଗର କହଁରଙ୍କ ୨ଟି ବୋଲି ସୂଚନା ମିଳିଛି l ସମସ୍ତ କ୍ଷତି ଗ୍ରସ୍ତ ଛେଳି ଚାଷୀ ସହାୟତା ଦାବି କରି ସ୍ଥାନୀୟ ତହସିଲଦାର ଜ୍ୟୋତି ପ୍ରକାଷ ସେଠି ଓ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରିୟରଞ୍ଜନ ମିଶ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରିୟରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ଦେଖିବା ପରେ ଚାଷୀଙ୍କ ପାଇଁ ତହସିଲଦାରଙ୍କ ସହ ଯୋଗାଯୋଗ କରି ସହାୟତା ବ୍ୟବସ୍ଥା କରାଯିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.