ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଆକ୍ରମଣ ଘଟଣା : ୭ ଯୁବକ ଗିରଫ

ଭୁବନେଶ୍ବର, ୨୧।୯ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତା ଉପରେ ଆକ୍ରମଣ କରିବା ଘଟଣାରେ ୭ ଜଣ ଯୁବକଙ୍କୁ ଚନ୍ଦକା ପୋଲିସ ଗିରଫ କରିଛି।  ଏଥିସହ ଗୋଟିଏ ଗାଡି ଓ ୧୧ଟି ମୋବାଇଲ ଫୋନକୁ ପୋଲିସ ଜବତ କରିଛି ବୋଲି ଏଡିସିପି କୃଷ୍ଣ ପ୍ରସାଦ ଦାସ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ଆର୍ମି ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ୧୪ ତାରିଖ ରାତିରେ ପଟିଆରୁ ଭରତପୁରକୁ  ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍‌କୁ ସେ ଓଭରଟେକ୍‌ କରିଥିଲେ । କାର୍‌ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ  କରିଥିଲେ। ଏନେଇ ରାତିରେ  ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର  ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ  ଉଭୟଙ୍କୁ ପୁଲିସ ନିର୍ଯାତନା ଦେଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।    ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭି‌ଯୋଗ ହେବା  ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । ଏଥିସହ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାସିନୀ ପଣ୍ଡା, ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ, କନେଷ୍ଟବଳ ବଳରାମ ହାଂସଦା ନିଲମ୍ବିତ କରିଥିଲେ । ତେବେ ଯେଉଁ ରୋଡ ରୋମିଓଙ୍କ ପାଇଁ ଥାନାରେ ଏତେସବୁ ଘଟଣା ଘଟିଲା ଏବଂ ପୋଲିସ ବଦନାମ ମୁଣ୍ଡାଇଲା ସେମାନଙ୍କୁ ଶେଷରେ ପୋଲିସ ଗିରଫ କରିଛି।  ବର୍ତ୍ତମାନ ରାଜଧାନୀର ଭାରତପୁର ଥାନାର ଏହି କାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.