ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଭରତପୁର ଥାନା ମାମଲା : କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏକାଠି ହେଲେ କମିଶନରେଟ ପୋଲିସ କର୍ମଚାରୀ

ଭୁବନେଶ୍ବର,୨୧।୯ : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା  ଅଭିଯୋଗରେ ୫ ଜଣ ପୋଲିସ ଅଧିକାରୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାସିନୀ ପଣ୍ଡା, ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ, କନେଷ୍ଟବଳ ବଳରାମ ହାଂସଦାଙ୍କୁ  ନିଲମ୍ବିନ  କରାଯାଇଛି। ଏଥିସହ ଏହି ଘଟଣାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ତେବେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶନିବାର ଏକାଠି ହୋଇଛନ୍ତି କମିଶନରେଟ ପୋଲିସର ଶହ ଶହ ଅଧିକାରୀ ଓ କର୍ମଚାରୀ। 

ଏକପାଖିଆ କାର୍ଯ୍ୟାନୁଷ୍ଠାନ  ନିଆଯାଇଥିବା ଅଭିଯୋଗ କରି ପୋଲିସ ରିଜର୍ଭ  ପଡିଆରେ ଏକାଠି ହୋଇଛନ୍ତି କମିଶନରେଟ ପୋଲିସର ସମସ୍ତ ଥାନାର କର୍ମଚାରୀ।  କମିଶନରେଟ୍ ପୋଲିସର ଶତାଧିକ ଅଧିକାରୀ ଓ କର୍ମଚାରୀ ରିଜର୍ଭ କାର୍ଯ୍ୟାଳୟରେ ଏକାଠି ହୋଇଛନ୍ତି। ଏଥିରେ କମିଶନରେଟ ପୋଲିସର  ସବୁ ଥାନାର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି।  ଏସିପି, ଆଇଆଇସି ଏବଂ ସବ ଇନ୍ସପେକ୍ଟର ସମେତ ବହୁ ପୋଲିସ କର୍ମଚାରୀ ଏକାଠି ହୋଇଛନ୍ତି । ପଡିଆରେ ସମେସ୍ତ ଉପସ୍ଥିତ  ରହି କାର୍ଯ୍ୟାନୁଷ୍ଠାନର ନୀରବ ପ୍ରତିବାଦ କରିଛନ୍ତି। ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

ଅନ୍ୟପକ୍ଷରେ ଓଡିଶା ପୋଲିସ ଆସୋସିଏସନର କର୍ମକତ୍ତାମାନେ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହର ପାଇଁ ଡିଜିପିଙ୍କୁ ନିବେଦନ କରିଛନ୍ତି। ସେହିପରି ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହର କରିବାକୁ  ପୂର୍ବତନ ପୋଲିସ ଅଧିକାରୀ ସଂଘ ଭୁବନେଶ୍ବର ପୋଲିସ କମିଶନରଙ୍କୁ ଭେଟିଛନ୍ତି ।  ପୋଲିସ ସେବା ଭବନ ଆଗରେ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ପରିବାର ଓ ସ୍ବେଚ୍ଛାସେବୀ ସଂଗଠନ ଧାରଣା ଦେଇଛନ୍ତି।

ଆର୍ମି ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ୧୪ ତାରିଖ ରାତିରେ ପଟିଆରୁ ଭରତପୁରକୁ  ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍‌କୁ ସେ ଓଭରଟେକ୍‌ କରିଥିଲେ । କାର୍‌ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ  କରିଥିଲେ। ଏନେଇ ରାତିରେ  ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର  ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ  ଉଭୟଙ୍କୁ ପୁଲିସ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ହୋଇଛି। । ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।    ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭି‌ଯୋଗ ହେବା  ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । ଏଥିସହ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.