ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳା, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସହାୟତା ଉପକରଣ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧।୯ : କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ମେଳା ର ଉଦ୍‌ଘାଟନ କରିଛନ୍ତି। କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମରେ କେନ୍ଦୁଝରଠାରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଧରଣୀଧର ନାୟକ ମେଡିକାଲ କଲେଜ ଓ ଏସସିବି ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା ଶିବିର, ସ୍ବାସ୍ଥ୍ୟ ସେବା ଶିବିର ଏବଂ ସାମାଜିକ ସଶକ୍ତି କରଣ ଶିବିରର ଆୟୋଜନ କରାଯାଇଛି। ଏଥିରେ ତିନୋଟି ମେଡିକାଲ କଲେଜରୁ ବିଭିନ୍ନ ବିଭାଗର ବହୁ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା ଯୋଗାଇ ଦେଇଛନ୍ତି। ଯେଉଁଥିରେ ସ୍ନାୟୁରୋଗ, ହୃଦ୍‌ରୋଗ, ଭେଷଜ, ସର୍ଜରୀ, ୟୁରୋଲୋଜି, ନେଫ୍ରୋଲୋଜି, ସାଇକ୍‌ଆଟ୍ରିକ, ପେଡିଆଟ୍ରିକ, ଅର୍ଥୋପେଡିକ ଇତ୍ୟାଦି ଜଟିଳ ରୋଗର ବିଶେଷଜ୍ଞ ମାନେ ଅଛନ୍ତି। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ ଓ ୫ଟି ସହରାଞ୍ଚଳର ହଜାର ହଜାର ଜନସାଧାରଣ ଏହି ଶିବିର ମାଧ୍ୟମରେ ଉପକୃତ ହୋଇ ପାରିଛନ୍ତି।

ଓଏମସି ଏବଂ ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ହୋଇଥିବା   ଏହି ଚକ୍ଷୁ ଚିକିତ୍ସା ଶିବିରରେ ପ୍ରାୟ ୧୦୦୦ ବ୍ୟକ୍ତି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ଏବଂ ଚକ୍ଷୁ ପରୀକ୍ଷା ପରେ ଆବଶ୍ୟକତା ଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା।

ସେହିଭଳି ସ୍ବାସ୍ଥ୍ୟ ସେବା ଶିବିର ମାଧ୍ୟମରେ ବିଶେଷଜ୍ଞମାନଙ୍କ ପରାମର୍ଶ ଜରିଆରେ ଜିଲ୍ଲାର ପ୍ରାୟ ୪ହଜାର ଲୋକ ଉପକୃତ ହୋଇଛନ୍ତି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୋଜିତ ହୋଇଥିବା ସାମାଜିକ ସଶକ୍ତି କରଣ ଶିବିରରେ ୯୨୩ ଜଣ ହିତାଧିକାରୀଙ୍କୁ ହୁଇଲ୍‌ ଚେୟାର, ହସ୍ତ ଚାଳିତ ସାଇକେଲ୍, ବ୍ୟାଟେରୀ ଚାଳିତ ସାଇକେଲ, ୱାକର, ବ୍ରେଲି କିଟ୍, ଶ୍ରବଣ ଯନ୍ତ୍ର,  ନି ବେଲ୍ଟ, ନି କ୍ୟାପ୍‌ ଇତ୍ୟାଦି ସହିତ ଅନ୍ୟାନ୍ୟ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା। ଏହି ଶିବିରଟି ଭାରତ ସରକାରଙ୍କ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ALIMCO) ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମିଳିତ ସହଯୋଗର ଆୟୋଜନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୧୩ଟି ମୋବାଇଲ ମେଡିକାଲ ୟୁନିଟ୍‌ ଭେଇକିଲ୍‌ର ଶୁଭାରମ୍ଭ କରିଥିଲେ। 

କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତିରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଉଥିବା ସାଧାରଣ ଲୋକଙ୍କଠାରୁ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଚିକିତ୍ସା କ୍ଷେତ୍ରରେ ଅବହେଳିତ ହେଉଥିବା ବିଷୟରେ ଶୁଣିବା ପରେ ସେମାନଙ୍କ ପାଇଁ କିଛି ନୂତନ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲି। ସେହି ଅନୁଯାୟୀ ପ୍ରତି ଜିଲ୍ଲା ମୁଖ୍ୟାଳୟରେ କିପରି ସ୍ବାସ୍ଥ୍ୟ ଶିବିର ମାନ ଆୟୋଜନ କରାଯିବ ଏଥି ପାଇଁ ପଦକ୍ଷେପ ନିଆଯାଉଛି।  ଆମ ସରକାର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମ୍ବେଦନଶୀଳ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.