ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କଟକ ଜଗିବେ ୬୫ ପ୍ଲାଟୁନ ଫୋର୍ସ, ରାତି ୧୨ଟା ପରେ ପାରମ୍ପରିକ ବାଦ୍ୟକୁ ଅନୁମତି

Published By : Rasmita Pradhan | October 9, 2024 3:05 PM

କଟକ, ୦୯/୧୦ : କଟକ ଦଶହରା ଓ ଭସାଣୀକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ। କଟକ ଜଗିବେ ୬୫ ପ୍ଲାଟୁନ ଫୋର୍ସ। ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା। ୫ ଏଡିସିପି, ୨୫ ଏସିପି, ୩୦ ଇନ୍ସପେକ୍ଟର ମୃତୟନ ରହିବେ। ୧୮୦ ଏଏସଆଇ, ୨ କମ୍ପାନୀ ସିଆରପିଏଫ୍ ଯବାନ ରହିବେ। ସୁନା, ରୁପା ମେଢରେ ବନ୍ଧୁକଧାରୀ ପୋଲିସ ସଜାଗ ରହିବେ। ସହରର ଅତିରିକ୍ତ ସ୍ଥାନରେ ଏଡପୋଷ୍ଟ ସହ ଟ୍ରାଫିକ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବ। 

ଭସାଣୀରେ ରାତି ବାରଟା ପରେ ପାରମ୍ପରିକ ବାଦ୍ୟ ବନ୍ଦ କରାଯିବା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଛନ୍ତି ଡିସିପି। ଭସାଣୀରେ ରାତି ୧୨ଟା ପରେ ପାରମ୍ପରିକ ବାଦ୍ୟ ନିର୍ଦ୍ଧାରିତ ସାଉଣ୍ଡ ଲିମିଟରେ ବାଜିବ। ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି। ଏତଦ୍ ବ୍ୟତୀତ ପୂଜା ବୁଲିବା ପାଇଁ ଲୋକ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଘରୁ ଚୋରି ହେବାର ଅଭିଯୋଗ ଆସିଥାଏ। ତେଣୁ ସମସ୍ତ ଥାନାର ଅଧିକାରୀ ଥାନା କର୍ମଚାରୀ ମାନେ ପାଟ୍ରୋଲିଂକୁ କଡାକଡି କରିବା ସହ ବିଭିନ୍ନ ସାହି ଗଳିକନ୍ଦି ବୁଲି ନଜର ରଖିବେ ବୋଲି କହିଛନ୍ତି ଡିସିପି।

କଟକ ଦଶହରା ଓ ଭସାଣୀକୁ ଶାନ୍ତି ଶୃଙ୍ଖଳାର ସାରିବାକୁ ପୋଲିସ ପାଇଁ ଥାଏ ବଡ଼ ଟାସ୍କ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୋଲିସ କମିଶନର ଦେବଦତ୍ତ ସିଂହ, କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ସବୁ ବରିଷ୍ଠ ଅଧିକାରୀ ଓ ପୂଜା ଭସାଣୀରେ ନିୟୋଜିତ ହେବାକୁ ଥିବା ଫୋର୍ସ ଉପସ୍ଥିତ ଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.