କଟକ,୦୧/ ୦୭ : ବାହାଘର ଠିକ୍ ହୋଇସାରିଥିଲା । ଦିନ କେଇଟା ପରେ ବର ସାଜିଥାନ୍ତେ । ନୂଆ ଜୀବନ ଆରମ୍ଭ କରିବାକୁ ନେଇ ବେଶ୍ ଖୁସିଥିଲେ । ଘରେ ଖୁସିର ମାହୋଲ ଥିଲା । ହେଲେ ଏବେ ବାହାଘର ଉତ୍ସବ ଦୁଃଖରେ ଭରିଯାଇଛି । ବାହାଘର ଭାଙ୍ଗିଗଲା ବୋଲି ଜୀବନ ଶେଷ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଜଣ ଯୁବକ । ସାଲେପୁର ଲୁଣହାର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।
ସାଲେପୁର ଲୁଣହାର ଗ୍ରାମର ସ୍ବର୍ଗତ ପ୍ରମୋଦ ବେହେରାଙ୍କ ପୁଅ ପ୍ରଫୁଲ୍ଲ ବେହେରା( ୨୭) । ତାଙ୍କର ବିଭାଘର ସ୍ଥିର ହୋଇଥିଲା । ହେଲେ ବାହାଘର ପ୍ରସ୍ତାବ ଭାଙ୍ଗିଗଲା । ଏହାକୁ ନେଇ କିଛି ଦିନ ହେବ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ଗୁମ୍ସୁମ ରହୁଥିଲେ ପ୍ରଫୁଲ୍ଲ । ବାହାଘର ଭାଙ୍ଗିଯିବାକୁ ଶେଷରେ ଜୀବନ ହାରିବା ପରି ଚମର ନିଷ୍ପତ୍ତି ନେଲେ । ଆଜି (ମଙ୍ଗଳବାର) ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରର କବାଟ ନଖୋଲିବାରୁ ସ୍ଥାନୀୟ ଲୋକେ ଘରର ଝରକା ଭାଙ୍ଗିଥିଲେ । ପ୍ରଫୁଲ୍ଲ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ।
ଖବରପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧଆର କରି ବ୍ୟବଛେଦ ପାଇ ପଠାଇ ଦେଇଛି । ସ୍ଥିର ହୋଇ ଥିବା ବାହାଘର ପ୍ରସ୍ତାବ ଭାଙ୍ଗି ଯିବାବାରୁ କିଛି ଦିନ ହେବ ପ୍ରଫୁଲ୍ଲର ମାନସିକ ସ୍ଥିତି ଠିକ ନଥିଲା । ତେଣୁ ସେ ଏହି ପଦକ୍ଷେପ ନେଇଥିବା ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି ।