ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Harapriya Sethi | June 26, 2025 9:39 AM

ନରସିଂହପୁର,୨୬/୦୬: କଟକ ଜିଲ୍ଲା ନରସିଂହପୁର ପଞ୍ଚମୁଖୀ ଛକ ନିକଟରେ ଥିବା ଏକ ଦୋକାନ ସାମ୍ନାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ଗୁହାଳସାହି ଗାଁୟର ଅଲି ବେହେରା ବୋଲି ଜଣାପଡ଼ିଛି । ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । 

ସୂଚନା ମୁତାବକ, ଗୁହାଳସାହି ଗ୍ରାମର ଅଲି ବେହେରା ମାନସିକ ଭାରସାମ୍ୟ ହରାଇବା ପରେ ଏଣେତେଣେ ବୁଲାବୁଲି କରନ୍ତି ଏବଂ ରାତିରେ କେଉଁଠି ବି ଶୋଇପଡ଼ନ୍ତି । ତେବେ ଗୁରୁବାର ସକାଳୁ ପଞ୍ଚମୁଖୀ ଛକ ନିକଟରେ ଥିବା ଏକ ଦୋକାନ ସାମ୍ନାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ଖବର ପାଇ ନରସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.