ସାଲେପୁର,୦୩/୦୭: ବିଳମ୍ୱିତ ରାତିରେ ବିବାହ ଭୋଜିରୁ ଘରକୁ ଫେରୁଥିଲା ପରିବାର । ବାଇକ୍କୁ ସାମ୍ନାରୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ସ୍ୱାମୀ ରାଜୁ ମଳିକ(୨୭ ବର୍ଷ)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ରିନି ମଳିକ(୨୪ବର୍ଷ) ଓ ପାଞ୍ଚ ବର୍ଷର ଝିଅ ଗୁରୁତର ହୋଇଛନ୍ତି । କଟକ-ସାଲେପୁର ରାସ୍ତାର ନାନ୍ଦୋଳ ବଜାର ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବୁଧବାର ବିଳମ୍ବ ରାତିରେ ବାରିଗୋଳ ଗ୍ରାମର ରାଜୁ ମଳିକ, ସ୍ତ୍ରୀ ରିନି ମଳିକ ଓ ପାଞ୍ଚବର୍ଷ ଝିଅ ଏକ ବିବାହ ଭୋଜିରେ ଯୋଗଦେଇ ବାଇକ୍ ଯୋଗେ ବହୁଗ୍ରାମ ଅଞ୍ଚଳରୁ ଘରକୁ ଫେରୁଥିଲେ । ଏହି ସମୟରେ କଟକ-ସାଲେପୁର ରାସ୍ତାର ନାନ୍ଦୋଳ ବଜାର ନିକଟରେ ଏକ ବୋଲେରୋ ଉକ୍ତ ବାଇକ୍କୁ ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ରାଜୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ରିନି ଓ ପାଞ୍ଚ ବର୍ଷର ଝିଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ସାଲେପୁର ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ତଦନ୍ତ ଚଳାଇଛି ।