ନୂଆଦିଲ୍ଲୀ,୦୭/୦୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ସହଜରେ ବିଜୟ ହାସଲ କରିଛି। ପ୍ରଥମ ଦିନିକିଆରେ ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ। ଏହି ମ୍ୟାଚ୍ରେ ଭାରତୀୟ ସିନିୟର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କର ଚମତ୍କାର ଖେଳ ଦେଖାଇ ମ୍ୟାଚ୍କୁ ଆକର୍ଷଣୀୟ କରିଥିଲେ ଏବଂ ୬୦୦ ୱିକେଟ୍ କ୍ଲବ୍ରେ ସାମିଲ ହୋଇଥିଲେ। ଯେଉଁଥିରେ କପିଳ ଦେବ ଏବଂ ଅନିଲ କୁମ୍ବଲେଙ୍କ ଭଳି କିମ୍ବଦନ୍ତୀ ସାମିଲ ଅଛନ୍ତି। ଏହା ବ୍ୟତୀତ, ଜାଡେଜା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୬୦୦ ରୁ ଅଧିକ ୱିକେଟ୍ ନେଇଥିବା ଏବଂ ୬୦୦୦ ରୁ ଅଧିକ ରନ୍ କରିଥିବା ଅଲରାଉଣ୍ଡରଙ୍କ ତାଲିକାରେ ସାମିଲ ହୋଇଛନ୍ତି।
୬୦୦ ଓ୍ବିକେଟ ନେଇଥିବା ଭାରତୀୟ ସ୍ପିନରଙ୍କ କ୍ଳବ୍ରେ ରବିନ୍ଦ୍ର ଜାଡେଜା:
ରବିନ୍ଦ୍ର ଜାଡେଜା ୮୦ଟି ଟେଷ୍ଟ ମ୍ୟାଚ୍ ଖେଳି ୩୨୩ଟି ୱିକେଟ୍ ନେଇଛନ୍ତି। ସେ ୧୯୮ଟି ଦିନିକିଆ ମ୍ୟାଚରେ ୨୨୩ଟି ୱିକେଟ୍ ଏବଂ ୭୪ଟି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୫୪ଟି ୱିକେଟ୍ ନେଇଛନ୍ତି।
* ଅନିଲ କୁମ୍ବଲେ: ଅନିଲ କୁମ୍ବଲେ ୪୦୧ ଅନ୍ତର୍ଜାତୀୟ ମ୍ୟାଚ୍ରେ ୩୦.୦୬ ହାରରେ ୯୫୩ ୱିକେଟ୍ ନେଇଛନ୍ତି।
* ରବିଚନ୍ଦ୍ରନ୍ ଅଶ୍ୱିନ: ରବିଚନ୍ଦ୍ରନ୍ ଅଶ୍ୱିନ ୨୮୭ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୫.୮୦ ହାରରେ ୭୬୫ଟି ୱିକେଟ୍ ନେଇଛନ୍ତି।
* ହରଭଜନ ସିଂହ: ହରଭଜନ ସିଂହ ୩୬୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୨.୫୯ ହାରରେ ୭୦୭ଟି ୱିକେଟ୍ ନେଇଛନ୍ତି।
* କପିଳ ଦେବ: କପିଳ ଦେବ ୩୫୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୮.୮୩ ହାରରେ ୬୮୭ଟି ୱିକେଟ୍ ନେଇଛନ୍ତି।
* ରବିନ୍ଦ୍ର ଜାଡେଜା: ରବିନ୍ଦ୍ର ଜାଡେଜା ୩୫୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୦୦ ୱିକେଟ୍ ନେଇଛନ୍ତି।
୬୦୦୦ ରନ୍ + ୬୦୦ ଓ୍ବିକେଟ ନେଇଥିବା ଅଲରାଉଣ୍ଡରଙ୍କ ତାଲିକାରେ ସାମିଲ ଜାଡେଜା:
ରବିନ୍ଦ୍ର ଜାଡେଜା ୮୦ଟି ଟେଷ୍ଟ ମ୍ୟାଚ୍ ଖେଳି ୩୩୭୦ ରନ୍ କରିଛନ୍ତି। ଏହା ବ୍ୟତୀତ ସେ ୧୯୮ଟି ଦିନିକିଆ ମ୍ୟାଚ୍ରେ ୨୭୬୮ ରନ୍ ଏବଂ ୭୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୫୧୫ ରନ୍ କରିଛନ୍ତି।
* କପିଳ ଦେବ: ୯୦୩୧ ରନ୍, ୬୮୭ ୱିକେଟ୍
* ୱାସିମ ଆକ୍ରମ: ୬୬୧୫ ରନ୍, ୯୧୬ ୱିକେଟ୍
* ଶନ୍ ପୋଲକ୍: ୭୩୮୬ ରନ୍, ୮୨୯ ୱିକେଟ୍
* ଡାନିଏଲ୍ ଭିଟୋରି: ୬୯୮୯ ରନ୍, ୭୦୫ ୱିକେଟ୍
* ସାକିବ ଅଲ୍ ହସନ: ୧୪୭୩୦ ରନ୍, ୭୧୨ ୱିକେଟ୍
* ରବିନ୍ଦ୍ର ଜାଡେଜା: ୬୬୫୩ ରନ୍, ୬୦୦ ୱିକେଟ୍
ଇଂଲଣ୍ଡ ବିପକ୍ଷ ଦିନିକିଆରେ ଘରୋଇ ମଇଦାନରେ ଦ୍ୱିତୀୟ ସର୍ବାଧିକ ୱିକେଟ୍:
ରବିନ୍ଦ୍ର ଜାଡେଜା ଘରୋଇ ମଇଦାନରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି। ସେ ୧୫ଟି ଦିନିକିଆ ମ୍ୟାଚ୍ରେ ୧୮.୮୫ ହାରରେ ୨୮ଟି ୱିକେଟ୍ ନେଇଛନ୍ତି।