ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

୫୪ଗୋଟି ଛିନତାଇ ମୋବାଇଲ ଉଦ୍ଧାର ପରେ ମାଲିକଙ୍କୁ କଲେ ଫେରସ୍ତ, ପୋଲିସ ପଞ୍ଝାରେ ୬ ଲୁଟେରା

ବାରିପଦା, ୨୦।୭: ବାରିପଦା ଟାଉନ ଥାନା ପୁଲିସକୁ ବଡ଼ ସଫଳତା । ବାରିପଦା ସହର ରଥଯାତ୍ରା ମେଳାରୁ ଚୋରି ହୋଇଥିବା ୫୪ଗୋଟି ମୋବାଇଲ ଉଦ୍ଧାର କରାଯିବା ସହିତ ୬ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ଏନେଇ ବାରିପଦାସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶନିବାର ଏକ ମୋବାଇଲ ଫେରସ୍ତ ମେଳାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ୍ ସୁଶ୍ରୀ ମାଲିକମାନଙ୍କୁ ମୋବାଇଲ ଫେରସ୍ତ କରିଛନ୍ତି । ଏଥି ସହିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ରଥଯାତ୍ରାରୁ ମୋବାଇଲ ଚୋରି ନେଇ ବାରମ୍ବାର ବାରିପଦା ଟାଉନ ଥାନାରେ ଅଭିଯୋଗ ହେଉଥିଲା । ଏନେଇ ତଦନ୍ତ କରି ପୁଲିସ ଗ୍ୟାଙ୍ଗର ୬ଜଣକୁ ଧରିବାରେ ସଫଳ ହୋଇଛି । ସେମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଜିଲ୍ଲାର ପାଣ୍ଡବେଶ୍ୱର ଥାନା ଅନ୍ତର୍ଗତ ଡିଭିଏସ ପଡ଼ା ଅଞ୍ଚଳର ଲକ୍ଷଣ ସିଂ, ଶିବ ମାଲି, ଶମ୍ଭୁ ଶର୍ମା, ପ୍ରଭାତ ସିଂ ଓ ଅନ୍ୟ ୨ଜଣ ନାବାଳକ ରହିଛନ୍ତି । 

ସୂଚନା ଅନୁଯାୟୀ, ବାରିପଦା ସହରରେ ବର୍ଦ୍ଧିତ ଜନସଂଖ୍ୟା ସମେତ ଅପରାଧିକ ମାମଲାର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ହେବ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରଥଯାତ୍ରା ମେଳାରୁ ମୋବାଇଲ ଛିନତାଇ ନେଇ ଅଭିଯୋଗ ହୋଇଛି । ତୁଳସୀଚୌରା ଅଞ୍ଚଳର ଅନିମେଶ ଅଧିକାରୀ ତାଙ୍କ ପରିବାର ଲୋକଙ୍କ ସମେତ ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିଲେ । ସୁଭଦ୍ରା ରଥ ଟଣା ଯିବା ବେଳେ ଭିଡ଼ର ସୁଯୋଗ ନେଇ ଦୁର୍ବୁତ୍ତମାନେ ମୋବାଇଲ ଫୋନ୍ ଚୋରି ହୋଇଥିଲା । ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ । 

ଏହି ଅଭିଯୋଗକୁ ଆଧାର କରି ବେତନଟୀ ଥାନା ଅଧିକାରୀଣି ସସ୍ମିତା ମହାନ୍ତି ଓ ବଡ଼ସାହି ଥାନା ଅଧିକାରୀ ଉମାଶଙ୍କର ନାୟକଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୁଲିସ ତଦନ୍ତ କରି ଉକ୍ତ ମୋବାଇଲ ଚୋରି ଗ୍ୟାଙ୍ଗକୁ ଧରିବାରେ ସମର୍ଥ ହୋଇଛନ୍ତି । ଗିରଫମାନେ ପେଶାଦାର ମୋବାଇଲ ଚୋର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଚୋରି ହୋଇଥିବା ୪୯ଗୋଟି ମୋବାଇଲ ଫୋନ ସମେତ ଗିରଫ ଚୋର ମାନଙ୍କ ୫ଗୋଟି ମୋବାଇଲ ଜବତ ହୋଇଛି । ଧରା ପଡ଼ିଥିବା ସମସ୍ତ ମୋବାଇଲ ଗୁଡ଼ିକ ମୂଲ୍ୟ ଆନୁମାନିକ ୧୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 

ଜବତ ମୋବାଇଲ ଗୁଡ଼ିକ ମାଲିକମାନଙ୍କୁ ଫେରସ୍ତ କରାଯାଇଛି । ପୁଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଜବତ ମୋବାଇଲ ଗୁଡିକ ପ୍ରକୃତ ମାଲିକଙ୍କୁ ତଦନ୍ତ କରି ଜବତ ମୋବାଇଲ ଫେରସ୍ତ ମେଳା ଜରିଆରେ ପ୍ରଦାନ କରିଛନ୍ତି । ମାଲିକମାନେ ଛିନତାଇ ହୋଇଥିବା ମୋବାଇଲ ଫେରସ୍ତ ପାଇ ବେଶ ଖୁସି ହୋଇଥିଲେ । ଗିରଫ ୪ଜଣକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ୨ ଜଣକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.