କଟକ, ୩୦। ୯ : ଭରତପୁର ଥାନା ବିବାଦ ମାମଲାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ୫ ପୋଲିସ କର୍ମଚାରୀ। ଭରତପୁର ଥାନାର ନିଲମ୍ବିତ ଆଇଆଇସି ସହ ଅନ୍ୟ ୪ ପୋଲିସ ଅଧିକାରୀ ଓ କର୍ମଚାରୀ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।
ଭରତପୁର ଥାନାରେ ଘଟିଥିବା ବିବାଦୀୟ ଘଟଣାର ଏବେ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି। ପୁଣି ଘଟଣାରେ ଜଡିତ ୫ ପୋଲିସ କର୍ମଚାରୀ ମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ପଦକ୍ଷେପ ନେଇ ସାରିଛି। ଯଦି ସେମାନଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ଯୋଗ୍ୟ ପ୍ରମାଣ ମିଳେ, ତେବେ ଯେ କୌଣସି ମୁହୂର୍ତ୍ତରେ ସେମାନେ ଗିରଫ ହୋଇପାରନ୍ତି। ତେଣୁ ଗିରଫଦାରୀ ଏଡାଇବା ଲାଗି ଏବେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।