ନୂଆଦିଲ୍ଲୀ, ୧୧/୧୨ : ଋଷ ସହ ୪ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ଚୁଡ଼ାନ୍ତ କରିବାକୁ ଭାରତ ସ୍ଥିର କରିଛି । ଏହି ଚୁକ୍ତି ଫଳରେ ଋଷ ଭାରତକୁ ଆଡଭାନ୍ସ ରାଡାର ସିଷ୍ଟମ ଦେବ । ଫଳରେ ଦେଶର ଏୟାର ଡିଫେନ୍ସ କ୍ଷମତା ବୃଦ୍ଧି ହେବ। ଭାରତ ଋଷର ଭୋରୋନେଜ ସିରିଜ ରାଡାର କିଣିବାକୁ ଯାଉଛି ।
ଏହା ୮ହଜାର କିଲୋମିଟର ପର୍ଯ୍ୟନ୍ତ ଦୂରରେ ଥିବା ବାଲିଷ୍ଟିକ ମିଶାଇଲ ଏବଂ ବିମାନ ସହ କେତେକ ବିପଦକୁ ଚିହ୍ନଟ ଏବଂ ଟ୍ରାକିଂ କରିବାରେ ସକ୍ଷମ ହେବ । ଏହି ସ୍ତରର କଭରେଜ୍ କ୍ଷମତା କେବଳ କିଛି ବିଶ୍ୱସ୍ତରୀୟ ସୁପର ପାୱାର୍ ପାଖରେ ଅଛି । ଭାରତ ଲାଗି ବୈଶ୍ବିକ ସୁରକ୍ଷା ଚ୍ୟାଲେଞ୍ଜ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦେଖି ବାୟୁ ପ୍ରତିରକ୍ଷା ଭିତ୍ତିଭୂମିକୁ ଆଧୁନିକୀକରଣ କରାଯାଉଛି । ଏହି କ୍ରମରେ ଋଷରୁ ବୋରେନିଶ ରାଡାର କିଣିବାକୁ ଯାଉଛି ।