ପ୍ରମୂଖ ଖବର
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ବାଘ ମୃତ୍ୟୁକୁ ନେଇ ଆସିଲା ଚିନ୍ତାଜନକ ଖବର, ୫ ବର୍ଷରେ ହୋଇଛି ୧୭ ବାଘ ଶିକାର

ଭୁବନେଶ୍ଵର, ୦୩/୧୨ : ବାଘ ମୃତ୍ୟୁକୁ ନେଇ ଆସିଲା ଚିନ୍ତାଜନକ ଖବର। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ମରିଛନ୍ତି ୩୪ଟି କଲରାପତରିଆ ବାଘ। ସେମାନଙ୍କ ମଧ୍ୟରୁ ୧୭ଟି ବାଘଙ୍କୁ ଶିକାର କରାଯାଇଛି। ସେହିପରି ବିଦ୍ୟୁତ୍ ଆଘାତରେ ୩, ରେଳ ଦୁର୍ଘଟଣାରେ ୧, ରାସ୍ତା ଦୁର୍ଘଟଣାରେ ୩, ରୋଗରେ ୩ ଏବଂ ପ୍ରାକୃତିକ ଭାବେ ୩ଟି ବାଘଙ୍କର ମୃତ୍ୟୁ ହୋଇଛି। 

ଏତଦ୍ ବ୍ୟତୀତ ରାଜ୍ୟରେ ୩ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଶିକାର ପାଇଁ ୧, ନିଜ ଭିତରେ କଳହ ପାଇଁ ୧, ଏବଂ ଅନ୍ୟ ଗୋଟିଏ ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅଲ୍ ଓଡ଼ିଶା ଟାଇଗର୍ ଏଷ୍ଟିମେସନ ରିପୋର୍ଟ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ୩୦ଟି ମହାବଳ ଏବଂ ୬୯୬ଟି କଲରାପତରିଆ ବାଘ ଅଛନ୍ତି। ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଧାନସଭାରେ ଉତ୍ତର ରଖିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.