ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମର୍ମନ୍ତୁଦ ଦୁର୍ଘଟଣା : ଅଟୋ- ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ ଓ ୬ ଗୁରୁତର


ଜୁନାଗଡ଼,୧୯।୯ ଦିନକ ପରେ ପଶ୍ଟିମ୍ ଓଡ଼ିଶାର ଗଣ ପର୍ବ ନୂଆଁଖାଇ l ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର l କିନ୍ତୁ ଏଭଲିି ଖୁସିର ସମୟରେ ମଙ୍ଗଳବାର ଅପରାହ୍ନ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି l ଏକ ଟ୍ରକ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ  ମୃତ୍ୟୁ ଘଟିଛି । ଏଥିସହ ୬ ଜଣ ଗୁରୁତର ହୋଇଛନ୍ତି।

କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁ ନିକଟରେ ମଙ୍ଗଳବାର ଅପରାହ୍ନ ରେ ଏକ ଅଟୋ (ନଂ. OD08S9369)ଓ ଟ୍ରକ ( ନଂ CG 07C3496)ମଧ୍ୟରେ ମୁହାଁ ମୁହିଁ ଧକ୍କl ହୋଇଥିଲା।  ଫଳରେ ଅଟୋ ରେ ବସିଥିବା ଥୁଆମୂଳ ରାମପୁର ବ୍ଲକ କାଠକୁରା ଗ୍ରାମର ଗୋଟିଏ ପରିବାର ର  ପଦୁସର ନାଏକ,କୃଷ୍ଣଚନ୍ଦ୍ର ନାଏକ,ଅମୃତସର ନାଏକ,ସୁଷମା ନାଏକ,ମିଥୁନ ନାଏକ,ସୁଭଦ୍ରା ନାଏକ,ଚନ୍ଦୁ ନାଏକ,ସନ୍ଦିପ ନାଏକ,ସୁବର୍ଣ୍ଣ ନାଏକ  ଗୁରୁତର ଆହତ ହୋଇଥିଲେ।  ଗୁରୁତର ଅବସ୍ଥାରେ  ସମସ୍ତ ଙ୍କୁ ପ୍ରଥମେ କଳମପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ସଂକଟାପନ୍ନ ହେବାରୁ ସମସ୍ତ ଙ୍କୁ ଭବାନୀପାଟଣା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏମାନଙ୍କ ମଧ୍ୟରୁ  ପଦୁସର ନାଏକ (୫୦)ତାଙ୍କ ପୁଅ କୃଷ୍ଣଚନ୍ଦ୍ର ନାଏକ(୨୫) ଓ ଅମୃତସର ନାଏକ(୪୫) ଙ୍କ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ହୋଇଥିବା ଜଣା ପଡିଛି l 

ଦୁର୍ଘଟଣା ଘଟାଇ ଥିବା ଟ୍ରକ କୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ଥିବା ଜଣାପଡିଛି l ଜୁନାଗଡ଼ ଥାନା ଏସ. ଆଇ ଅଶୋକ ପ୍ରଧାନ ଓ ଚିଲଗୁଡା ଫାଣ୍ଡି ଅଧିକାରୀ   ସୁବୋଧ ଫୁଲେ ଘଟଣା ତଦନ୍ତ କରୁଥିବା ଜଣାପଡିଛି l ସୂଚନାଯୋଗ୍ୟ ଯେ ଥୁଆମୂଳ ରାମପୁର ବ୍ଲକ ର କାଠକୁରା ଗ୍ରାମ ର ଗୋଟିଏ ପରିବାର ର ସଦସ୍ୟ ଅଟୋ ଯୋଗେ କୌଣସି ଏକ କାର୍ଯ୍ୟ ରେ ଧର୍ମଗଡ ବ୍ଲକ ଛିଲିପା ଗ୍ରାମ କୁ ଯାଉଥିବା ବେଳେ ଏହି ଦୁର୍ଘଟଣାଘଟିଥିବା ଜଣାପଡିଛି l

ଆହୁରି ପଢନ୍ତୁ : ମର୍ମନ୍ତୁଦ ଦୁର୍ଘଟଣା : କାର-ଆଇଚର ମୁହାଁମୁହିଁ ଧକ୍କା, ୪ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.