ମାଲକାନଗିରି,୨୪/୧୧(ଆପ୍ର ) ମାଲକାନଗିରି ଜିଲ୍ଲାର ୩ଟି ଶିଶୁ ଗୃହର ୨୩ଜଣ ଅନ୍ତେବାସୀ ଭୁବନେଶ୍ୱର ଠାରେ ହେଉଥିବା ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ମହକ ରେ ଭାଗ ନେବେ।ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ରେ ଥିବା ନୀଳାଞ୍ଚଳ ଆଦିବାସୀ ସେବା ଶ୍ରମ, ମାଲକାନଗିରି ବ୍ଲକ ର ପରିବର୍ତନ ଶିଶୁଗୃହ,
ଖଇରପୁଟ ବ୍ଲକ ର ଜୟ ଚିଲଡ୍ରେନ୍ସ ହୋମ ଏହି ତିନୋଟି ଶିଶୁ ଗୃହ ର ୨୩ଜଣ ଛାତ୍ରୀ ଛାତ୍ର ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ରେ ଭାଗ ନେବା ପାଇଁ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଛାତ୍ର ଛାତ୍ରୀ ମାନଙ୍କୁ ଗଙ୍ଗାଧର ଶବର, ନୃତ୍ୟ ଶିକ୍ଷୟତ୍ରୀ ରଶ୍ମିତା ମାଡକାମି, ନୀଳାଞ୍ଚଳ ସେବା ଆଶ୍ରମ ର ପରିଚାଳକ ଶ୍ରୀରଞ୍ଜିତ ଙ୍କ ତ୍ବତାବଧାନ ରେ ଭୁବନେଶ୍ୱର ପଠାଯାଇଛି। ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲା ସ୍ଥରୀୟ ଶିଶୁ ଉତ୍ସବ ମହକ ରେ ବିଭିନ୍ନ ପ୍ରତିଯୋଗିତା ରେ ଏହି ଛାତ୍ରୀ ଛାତ୍ର ମାନେ ଭାଗ ନେଇ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।