ନବରଙ୍ଗପୁର, ୨।୧୨ : ସଜା ଶୁଣି ଅଭିଯୁକ୍ତ ଚମ୍ପଟ। ନବରଙ୍ଗପୁର କୋର୍ଟ ପରିସରରୁ ଦୁଇ ଅଭିଯୁକ୍ତ ଫେରାର । ଦୁଇ ଜଣ ହେଲେ ହରିୟାଣାର ମେୱ।ତ ଜିଲ୍ଲାର ସାକିଲ ଖାନ ଓ ସାହାରୁଖ ଖାନ । ଗତ ୩୧ ଜାନୁୟାରୀ ୨୦୨୪ ମସିହାରେ ଏଟିଏମ ଲୁଟ ଘଟଣାରେ ଜଡିତ ୨ ଅଭିଯୁକ୍ତ ଜାମିନରେ ଆସିଥିଲେ।
ଗତ ୨୦୨୪ ଜାନୁୟାରୀ ୩୧ ତାରିଖରେ ନବରଙ୍ଗପୁର ସହର ବ୍ଲକ ଅଫିସ କାର୍ଯ୍ୟାଳୟ ନିକଟରେ ଥିବା ଏଟିଏମ ରୁ ଲୁଟ ଘଟଣା ରେ ୫ ଅଭିଯୁକ୍ତ ଜଡିତ ଥିଲେ। ସେମାନଙ୍କ ମଧ୍ୟରୁ ଜେଲ ରେ ଥିବା ତିନି ଅଭିଯୁକ୍ତ ଓ ଜାମିନରେ ଥିବା ଦୁଇ ଅଭିଯୁକ୍ତ ଆଜି ସମସ୍ତେ କୋର୍ଟ କୁ ଆସିଥିଲେ । ଜେଲରେ ଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ କୁ ଆଣିଥିବା ବେଳେ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସାକିଲ ଖାନ ଓ ସାହାରୁଖ ଖାନ ନିଜେ କୋର୍ଟ ରେ ହାଜିର ହୋଇଥିଲେ । ତେବେ ଏହି ଘଟଣାରେ ବିଚାରପତି ସମସ୍ତ ଅଭିଯୁକ୍ତ ଙ୍କୁ ୭ ବର୍ଷ ଲେଖାଏଁ ସଜା ଶୁଣାଇଥିଲେ । ତେବେ କୋର୍ଟ ରୁ ରାୟ ଆସିବା ପରେ ଜାମିନରେ ଥିବା ଦୁଇ ଅଭିଯୁକ୍ତ ହରିଆଣା ର ମେୱ।ତ ଜିଲ୍ଲାର ସାକିଲ ଖାନ ଓ ସାହାରୁଖ ଖାନ କୋର୍ଟ ପରିସର ରୁ ହିଁ ଚମ୍ପଟ ମାରିଥିଲେ । ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଖୋଜାଖୋଜି କରୁଛି ।