ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ମୁକ ବଧିର ଅଭିନୟ କରି ଘରୁ କରୁଥିଲେ ଚୋରୀ : ୨ ଗିରଫ, ୨୨ ମୋବାଇଲ ଜବତ

ଝାରସୁଗୁଡା,୨।୭  ମୁକ ବଧିର ଅଭିନୟ କରି ଲୋକଙ୍କ ଘରୁ ଚୋରୀ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ l ଅଭିଯୁକ୍ତମାନେ ତାମିଲନାଡୁ ରାଜ୍ୟ ନେଲ୍ଲୋର ଜିଲ୍ଲାର ମହେନ୍ଦ୍ର ଭେଙ୍କଟ ରମଣ ଏବଂ ପ୍ରକାଶ ଭେଙ୍କଟେଶ l ଅଭିଯୁକ୍ତମାନଙ୍କ ନିକଟରୁ୨ ଟି ଲାପଟପ ଏବଂ ୨୨ ଟି ମୋବାଇଲ ପୋଲିସ ଜବତ କରିଛି l ଏହି ଅଭିଯୁକ୍ତମାନେ ଗତ ୨ ସପ୍ତାହ ପୂର୍ବେ ଝାରସୁଗୁଡା ଆସିଥିବାବେଳେ ପୂର୍ବରୁ ପଡୋଶୀ ଛତିଶଗଡ, କର୍ଣ୍ଣାଟକ ପରି ରାଜ୍ୟରେ ଚୋରୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡିଛି l ମୁକ ବଧିର ସାର୍ଟିଫିକେଟ ଦେଖାଇ ଲୋକଙ୍କ ବିଶ୍ୱାସ ଭାଜନ ହେବା ପରେ ସେମାନଙ୍କ ଘରେ କଳା କନା ବୁଲାଉଥିଲେ ଅଭିଯୁକ୍ତ l 

ଗତ ୨୮ ତାରିଖରେ ଝାରସୁଗୁଡାର ସୋମନାଥ ମାହାତୋଙ୍କ ଘରୁ ଚୋରୀ ହେବା ପରେ ସେ ଝାରସୁଗୁଡା ଟାଉନ ଥାନାରେ ଅଭିଯୋଗ କରିଥିଲେ l  ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଂକୁ ଝାରସୁଗୁଡା ଧର୍ମଶାଳାରୁ ଗିରଫ କରିବାସହ କୋର୍ଟ ଚାଲାଣ କରିଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.