ପ୍ରମୂଖ ଖବର
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ମାସ ଆରମ୍ଭରୁ ମହଙ୍ଗା ମାଡ଼, ବଢିଲା ଏଲପିଜି ଦର

Published By : Anindita | November 1, 2024 9:21 AM

ନୂଆଦିଲ୍ଲୀ,୦୧/୧୧: ଦୀପାବଳିକୁ ନେଇ ଦେଶରେ ଉତ୍ସାହର ମାହୋଲ ରହିଥିବା ବେଳେ ସରକାରୀ ତୈଳ କମ୍ପାନୀ ଜନତାଙ୍କ ଉପରେ ମହଙ୍ଗା ମାଡ କରିଛି । ମାସ ଆରମ୍ଭରୁ ଆଜି ପୁଣି ବଢିଛି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ନଭେମ୍ବର ୧ତାରିଖରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ବୃଦ୍ଧି ହୋଇଥିବା ନେଇ ଘୋଷଣା କରାଯାଇଛି । କମର୍ସିଆଲ ଦର ୬୨ଟଙ୍କା ବଢି ୧୮୦୨ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ଦିଲ୍ଲୀରେ ଗ୍ୟାସ ଦର ୧୮୦୨ ଟଙ୍କା ହୋଇଛି । ପୂର୍ବରୁ ୧୭୪୦ ଟଙ୍କା ରହିଥିଲା । ଦେଶର ଅନେକ ସ୍ଥାନରେ ଗତକାଲି ଦୀପାବଳି ପାଳନ କରାଯାଇଥିବା ବେଳେ  ଆଉ କିଛି ଦିନ ପରେ ଛଟ୍ ପର୍ବ ମଧ୍ୟ ପାଳନ କରାଯିବ । ଏହାରି ଭିତରେ ଗ୍ୟାସ ଦର ବଢିବା ଖାଉଟିଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇଦେଇଛି ।

ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୭୪୦ ରୁ ୧୮୦୨  ଟଙ୍କାକୁ ବୃଦ୍ଧି କରାଯାଇଛି । କୋଲକାତାର ୧୮୫୦ ରୁ ୧୯୧୧.୫୦  ଟଙ୍କାକୁ ବୃଦ୍ଧି ହୋଇଛି । ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ୧୬୯୨.୫୦ ରୁ  ୧୭୫4.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ୟାସ ୧୯୬୪.୫୦ ରୁ ବୃଦ୍ଧି ପାଇ ୧୯୦୩  ଟଙ୍କାରେ ପହଞ୍ଚିଛି । ତେବେ ଆଜିଠାରୁ କମର୍ସିଆଲ ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଥିଲେ ହେଁ ଘରୋଇ ସିଲିଣ୍ଡର ଦାମ୍ ନେଇ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ରେଷ୍ଟୁରାଣ୍ଟରେ ଭୋଜନ ଉପରେ ପ୍ରଭାବ ପକାଇପାରେ । ରେଷ୍ଟୁରାଣ୍ଟଗୁଡିକ ସେମାନଙ୍କର ଖାଦ୍ୟ ହାର ବୃଦ୍ଧି କରିପାରନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.