ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗଜାନନଙ୍କ ପୂଜାରେ ଉତ୍ସବ ମୁଖର ମାଲକାନଗିରି, ଟାଉନ କ୍ଳବରେ ୧୮ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି

ମାଲକାନଗିରି,୭।୯(ଆପ୍ର ): ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି। ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଶ୍ରୀ ବିଘ୍ନରାଜଙ୍କ ପ୍ରତିମା ପୂଜା କରାଯାଇଛି । ସଦର ମହକୁମାରେ ପ୍ରାୟ ୫୦ଟି ସ୍ଥାନରେ ଏହି ପୂଜା  ଆୟୋଜିତ ହୋଇଛି। 

ସୁବାଷ ବୋଷ ଛକ ଟାଉନ କ୍ଳବରେ ୧୮ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି ପୂଜା ପାଇଛନ୍ତି।ସେହିପରି  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରେ ଥିବା ମୂର୍ତ୍ତି ୧୨ ଫୁଟ ଉଚ୍ଚ ହୋଇଛି।  ଏଥିରେ  ପ୍ରାୟ ୨୫୦୦୦ ଟଙ୍କାର ୫ ଟଙ୍କିଆ କଏନ ତଥା ମୁଦ୍ରାକୁ ବ୍ୟବହାର କରାଯାଇ ଠାକୁରଙ୍କ ବିଭିନ୍ନ ଅଳଙ୍କାର  ଭାବେ ବ୍ୟବହୃତ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିଷ୍ଠିତ ପଥର ଗଣେଶ ମୂର୍ତ୍ତି ନିକଟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସଙ୍କଳ୍ପ କରିଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନ, କ୍ଲବର ମୂର୍ତ୍ତିଗୁଡିକ ବେଶ ଆକର୍ଷଣୀୟ ହୋଇଥିଲା। ସହରରେ ସୁସଜ୍ଜିତ ଆଲୋକ ସଜ୍ଜା, ତୋରଣ, ଡାକବାଜି ଯନ୍ତ୍ର ଦ୍ୱାରା ଭଜନ ଗୁଡିକରେ ସହର ପ୍ରକମ୍ପିତ ହୋଇଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.