ଭୁବନେଶ୍ୱର, ୧୩/୧୧ : ବିଳମ୍ଵରେ ହେଉ ପଛେ ରାଜ୍ୟକୁ ଶୀତ ଆସିଛି। ରାଜ୍ୟର ୧୫ ସହରର ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରୀ, ଭବାନୀପାଟଣାରେ ୧୭, ଝାରସୁଗୁଡ଼ାରେ ୧୭.୨, ରାଉରକେଲାରେ ୧୭.୩, ନବରଙ୍ଗପୁରରେ ୧୭.୫, କୋରାପୁଟ ଓ ଅନୁଗୁଳରେ ୧୭.୬, ରାୟଗଡ଼ା ଓ କେନ୍ଦୁଝରରେ ୧୮.୬ ଡିଗ୍ରୀ ରହିଥିଲା ।
ଆସନ୍ତା ତିନି ଦିନ ପାଇଁ ଦିନ ଓ ରାତି ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ନାହିଁ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।