ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କିଏ ହେବେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ? ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ବୌଦ୍ଧ ଧର୍ମଗୁରୁ, କହିଲେ ଚୀନର ନାହିଁ ଅଧିକାର...

Published By : Rasmita Pradhan | July 2, 2025 1:39 PM

ନୂଆଦିଲ୍ଲୀ, ୦୨/୦୭ : କିଏ ହେବେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ। ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ନିଜେ ବୌଦ୍ଧ ଧର୍ମଗୁରୁ ତେନଜିନ ଗ୍ୟାତ୍ସୋ। ୧୫ତମ ଉତ୍ତରାଧିକାରୀ ଚୟନକୁ ନେଇ ଦେଲେ ବଡ଼ ବୟାନ। କହିଲେ ତାଙ୍କ ମୃତ୍ୟୁ ପରେ ହେବ ଉତ୍ତରାଧିକାରୀଙ୍କ ନାମ ଘୋଷଣା। ତିବ୍ବତୀ ବୌଦ୍ଧ ପରମ୍ପରା ଅନୁସାରେ ହେବ ଚୟନ ପ୍ରକ୍ରିୟା। ଏଥିରେ ଚୀନର ରହିବନି କୌଣସି ଭୂମିକା। ଗାଡେନ ଫୋଡରଙ୍ଗ ଟ୍ରଷ୍ଟକୁ ଦେଲେ ଦାୟିତ୍ଵ। 

ଦଲାଇ ଲାମା ସ୍ପଷ୍ଟ କରିଛନ୍ତି ଯେ, ଭବିଷ୍ୟତରେ ବି ଦଲାଇ ଲାମା ସଂସ୍ଥା ଜାରି ରହିବ। ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ କେବଳ ଗାଡେନ ଫୋଡରଙ୍ଗ ଟ୍ରଷ୍ଟର ଆଧିକାର ରହିବ। ଏଥିରେ ଅନ୍ୟ କୌଣସି ବ୍ୟକ୍ତି, ସଙ୍ଗଠନ କିମ୍ଵା ସରକାର ହସ୍ତକ୍ଷେପ କରିବେ ନାହିଁ। ଚୟନ ପ୍ରକ୍ରିୟାରେ ଚୀନର ମଧ୍ୟ କୌଣସି ଭୂମିକା ନାହିଁ। ଏହି ସମୟରେ ସେ ୨୦୧୧ର ଏକ ପ୍ରତିଜ୍ଞା ବିଷୟରେ ମନେ ପକାଇଛନ୍ତି। 

ଜୁଲାଇ ୬ରେ ଦଲାଇ ଲାମାଙ୍କ ୯୦ ବର୍ଷ ବୟସରେ ପାଦ ଥାପିବେ। ସେ ତାଙ୍କର ଏକ ପୁସ୍ତକ ଭଏସ୍ ଫର ଦ ଭଏସଲେସ୍‌ରେ ଲେଖିଛନ୍ତି ଯେ, ତାଙ୍କର ପରବର୍ତ୍ତୀ ଅବତାର ଚୀନ ବାହାରେ, ସ୍ଵତନ୍ତ୍ର ଦୁନିଆରେ ହେବ। ସମ୍ଭବତଃ ଭାରତ କିମ୍ଵା ଅନ୍ୟ କୌଣସି ଦେଶରେ ହୋଇପାରେ। ଯେଉଁଠାରେ ତିବ୍ବତୀ ବୌଦ୍ଧ ଧର୍ମର ସ୍ଵତନ୍ତ୍ରତା ରହିବ। ସେ କହିଛନ୍ତି ଯେ, ପୁନର୍ଜନ୍ମର ଉଦ୍ଦେଶ୍ୟ ମୋ କାମକୁ ଆଗକୁ ନେବା। ଏଥିପାଇଁ ନୂଆ ଦଲାଇ ଲାମା ଏକ ସ୍ଵତନ୍ତ୍ର ବିଶ୍ଵରେ ଜନ୍ମ ନେବେ। ଯାହାଦ୍ଵାରା ସେ ତିବ୍ବତୀ ବୌଦ୍ଧ ଧର୍ମର ନେତୃତ୍ଵ ଏବଂ ତିବ୍ବତୀ ଲୋକଙ୍କ ଆକାଂକ୍ଷାର ପ୍ରତୀକ ହୋଇପାରିବେ। 

ଚୀନ ଦଲାଇ ଲାମାଙ୍କ ଏହି ବୟାନଙ୍କୁ ଖାରଜ କରିଛି। ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି ଯେ, ଦଲାଇ ଲାମା ଜଣେ ରାଜନୈତିକ ନିର୍ବାସିତ ବ୍ୟକ୍ତି। ତାଙ୍କୁ ତିବ୍ବତୀ ଲୋକଙ୍କ ପ୍ରତିନିଧିତ୍ଵ କରିବାର କୌଣସି ଅଧିକାର ନାହିଁ। ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଚୀନ ଆଇନ ଏବଂ ପରମ୍ପରା ଅନୁସାରେ ହେବା ଉଚିତ୍। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.