ଟାଙ୍ଗୀ,୨୩।୨ : ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ହେଉଥିଲା କଇଁଛ ଚୋରାଚାଲଣ । ଏକ ମିନିଟ୍ରକରେ ହେଉଥିଲା ଏହି କଇଁଛ ଚୋରାଚାଲଣ । ମାଛ ପାର୍ସଲ ଟ୍ରେ-ରେ ହେଉଥିଲା କଇଁଛ ଚୋରାଚାଲଣ । ଆୟକର ବିଭାଗର ଡିଆରଆଇ( ଡାଇରେକ୍ଟର-ଅଫ୍-ରେଭିନ୍ୟୁ-ଇଣ୍ଟେଲିଜେନ୍ସ୍ ) ପକ୍ଷରୁ ଜବତ ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଚି । ଟାଙ୍ଗୀ ବନ ବିଭାଗ ଅଧିନସ୍ଥ ଜଙ୍କିଆ ଟୋଲ୍-ଗେଟ୍ ନିକଟରେ ଏହି ଟ୍ରକ ଜବତ ହୋଇଛି । ଗିରଫ ଡ୍ରାଇଭର ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ର ମହାଦେବ ଦେ ।
୧୪୪୮ ଟି କଇଁଛ ଜବତ ହୋଇଥିବା ବେଳେ ସେଥିରୁ ୧୦୨ ଟି ମୃତ କଇଁଛ ଏବଂ ୧୩୪୬ ଟି କଇଁଛ ଜୀବନ୍ତ ଅବସ୍ଥାରେ ଜବତ କରାଯାଇଛି ବୋଲି ବନ ବିଭାଗର ଏସିଏଫ ସୁଶାନ୍ତ କୁମାର ବନ୍ଧ କହିଛନ୍ତି । ଜବତ ତଥା ଉଦ୍ଧାର ହୋଇଥିବା କଇଁଛ ଗୁଡିକୁ ପରୀକ୍ଷା ନିରୀକ୍ଷା ପରେ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ପରାମର୍ଶ କ୍ରମେ ମଧୁରଜଳରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗର ଏସିଏଫ ସୁଶାନ୍ତ କୁମାର ବନ୍ଧ କହିଛନ୍ତି । ଧରପଗଡ଼ ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। କି'ଏ ଏହି ସବୁ କଇଁଛ ରପ୍ତାନୀ କରୁଥିଲା ଓ କି'ଏ ଏତେ ପରିମାଣର କଇଁଛ କାହିଁକି ଆମଦାନୀ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ ତଥାପି ତାହାର ଖୋଳତାଡ଼ ଆରମ୍ଭ କରିଛି ଟାଙ୍ଗୀ ବନ ବିଭାଗ ।