ପ୍ରମୂଖ ଖବର
  • ବିଜେଡି ସଭାପତି ପଦ ପାଇଁ ଗୁରୁବାର ନାମାଙ୍କନ ଭରିବେ ନବୀନ, ୧୯ରେ ଘୋଷଣା
  • ||
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ମୀନ ରାଶିରେ ଚତୁର୍ଗ୍ରହୀ ସଂଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ...

Published By : Harapriya Sethi | April 14, 2025 7:38 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଫଳରେ ବିଶେଷ ସଂଯୋଗ ସୃଷ୍ଟି ହୋଇଥାଏ । ଗୋଟିଏ ରାଶିରେ ୨ କିମ୍ବା ୨ରୁ ଅଧିକ ଗ୍ରହ ଏକାଠି ହୁଅନ୍ତି, ତେବେ ତ୍ରିଗ୍ରହୀ ଓ ଚର୍ତୁଗ୍ରହୀ କିମ୍ବା ପଞ୍ଚଗ୍ରହୀ ସଂଯୋଗ ହୋଇଥାଏ । ଏହି ସଂଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଏପ୍ରିଲ ୧୪ ତାରିଖରୁ ଅର୍ଥାତ ମହାବିଷୁବ ସଂକ୍ରାନ୍ତିରୁ ମୀନ ରାଶିରେ ବୁଧ, ଶୁକ୍ର, ଶନି ଓ ରାହୁ ଏକାଠି ହେବେ । ଫଳରେ ଚର୍ତୁଗ୍ରହୀ ସଂଯୋଗ ସୃଷ୍ଟି ହେବ । ଏହି ବିଶେଷ ସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

କନ୍ୟା- କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଚତୁର୍ଗ୍ରହୀ ସଂଯୋଗ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହୋଇପାରେ । ବ୍ୟବସାୟରେ ଲାଭ ମିଳିବ । ଚାକିରିରେ ନୂଆ ଦାୟିତ୍ୱ ମିଳିବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ସହ ଉନ୍ନତି ହେବ ।

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଚତୁର୍ଗ୍ରହୀ ସଂଯୋଗରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଆମଦାନୀରେ ଉନ୍ନତି ହେବ ଓ ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ହଠାତ୍‌ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କର୍କଟ- କର୍କଟ ରାଶିର ବ୍ୟକ୍ତିଙ୍କ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଶୁଭ ସଂଯୋଗ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ନୂଆ କାମ ଆରମ୍ଭ କରି ସଫଳ ହେବେ । ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଧନ ଲାଭର ଯୋଗ ରହିଛି । ଯାତ୍ରାର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.