ନୂଆଦିଲ୍ଲୀ, ୧୨/୦୪ : ସପ୍ତାହନ୍ତରେ ମହାକାଶରେ ଘଟିବ ଅଦ୍ଭୁତ ଖଗୋଳୀୟ ଘଟଣା। ରବିବାର ପାହାନ୍ତା ୫ଟା ବେଳେ ଦେଖିବାକୁ ମିଳିବ 'ପିଙ୍କ୍ ମୁନ୍' ବା 'ଗୋଲାପି ଜହ୍ନ'। ସମ୍ପୂର୍ଣ୍ଣ ଭାରତ ବର୍ଷରେ ଦେଖିବାକୁ ମିଳିବ ଏହି ଅଦ୍ଭୁତ ଦୃଶ୍ୟ। ଖାଲି ଆଖିରେ ଦେଖିପାରିବେ ଲୋକେ।
ବସନ୍ତ ଋତୁର ପ୍ରଥମ ପୂର୍ଣ୍ଣମୀ ରାତିରେ ଦୃଶ୍ୟମାନ ହେଉଥିବା ପୂର୍ଣ୍ଣ ଚନ୍ଦ୍ରକୁ 'ପିଙ୍କ୍ ମୁନ୍' କୁହାଯାଏ। ଏହାକୁ ଦେଖିବାର ସବୁଠୁ ଉପଯୁକ୍ତ ସମୟ ହେଉଛି ଭୋର ୫ଟା। ତେବେ ପିଙ୍କ୍ ମୁନ୍ ନାଁ ଶୁଣି ଜହ୍ନର ରଙ୍ଗ ଗୋଲାପି ହେବ ବୋଲି ଭାବୁଥିବେ ନିଶ୍ଚୟ। ହେଲେ ବାସ୍ତବରେ ତାହା ଘଟେ ନାହିଁ। ବସନ୍ତ ଋତୁରେ ଫୁଟୁଥିବା ଏକ ଗୋଲାପୀ ରଙ୍ଗର ଜଙ୍ଗଲୀ ଫୁଲ ‘ଫ୍ଲକ୍ସ ସବୁଲତା’ ନାମରେ ଚନ୍ଦ୍ରର ନାମକୁ ପିଙ୍କ୍ ମୁନ୍ ରୂପେ ନାମିତ କରାଯାଇଛି। ଏହି ଫୁଲ ପୁଟିଲେ ଉତ୍ତର ଆମେରିକାରେ ଋତୁ ପରିବର୍ତ୍ତନର ସଙ୍କେତ ମିଳେ। ଏହାର ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ । ଏହା ଏକ ପ୍ରତୀକାତ୍ମକ ନାମ। ବୈଜ୍ଞାନିକଙ୍କ ଭାଷାରେ ଏହାକୁ ମାଇକ୍ରୋମୁନ୍ କୁହାଯାଏ । କାରଣ ଏହି ସମୟରେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା ସବୁଠୁ ଅଧିକ ରହିଥାଏ। ତେଣୁ ଚନ୍ଦ୍ର ଛୋଟ ଦେଖାଯାଏ।
ଏହି ଖବରଟିକୁ ପଢନ୍ତୁ-ହନୁମାନଙ୍କ ସମ୍ପୂର୍ଣ୍ଣ ଶରୀରରେ ସିନ୍ଦୁର କାହିଁକି ଲଗାଯାଏ ? ରହିଛି ଏହି ପୌରାଣିକ ବିଶ୍ବାସ…